ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ପୂର୍ବାହ୍ନ ୧୨.୩୦ରେ ନାମାଙ୍କନ ପତ୍ର ହେବ ଦାଖଲ । ଏହି ସମୟରେ ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନୀ ସାହୁ ଓ ଜଗନ୍ନାଥ ସାରକା ପ୍ରସ୍ତାବକ ରହିବାସହ , ରାଜ୍ୟ ବିଜେପିର ୧୦ଜଣ ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ । ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦ୍ରୌପଦୀ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୨୯ ଜୁନ ଥିବା ବେଳେ ୩୦ ତାରିଖ ଯାଞ୍ଚ କରାଯିବ । ଆସନ୍ତା ଜୁଲାଇ ୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ରହିଛି ।