ରାଜ୍ୟ ସମବାୟ ସମିତି ନିର୍ବାଚନ

ରବିବାର ପ୍ରଥମ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର: ସମବାୟ ନିର୍ବାଚନ ଲାଗି ପ୍ରସ୍ତୁତି ସରିଥିବା ଜଣାପଡିଛି । ୧୯ ଓ ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ସମବାୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ୩୨୫୨ ସମିତିରୁ ୨୫୨୧ ରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେବେ ବାକି ୭୩୧ଟି ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସମବାୟ କମିଶନର କହିଛନ୍ତି। ଏଥି ମଧ୍ୟରୁ ୨୪୪ଟି ସମ୍ବେନ୍ଦନଶୀଳ ବୁଥି ଥିବା ଜଣାପଡଛି। ସମ୍ବେଦନଶୀଳ ବୁଥରେ ସିସିଟିଭି ବ୍ୟବସ୍ଥା ସହ ପୁଲିସ ମୁତୟନ ହେବ ବୋଲି ଜଣାପଡିଛି। ୪ ଲକ୍ଷ ୫୩ ହଜାର ୬୧୦ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ସରିବା ପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ ବୋଲି ଜଣାପଡିଛି।