ନୂଆଦିଲ୍ଲୀ: ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମା ପ୍ରଫେଟ୍ ଗୁରୁ ମହମ୍ମଦଙ୍କ ବିରୁଦ୍ଧରେ ଦେଇଥିବା ବିବାଦୀୟ ବୟାନ ଲାଗି ଆତଙ୍କବାଦୀ ସଙ୍ଗଠନ ଆଲକାଏଦା ଭାରତରେ ଆତ୍ମଘାତୀ ବିସ୍ଫୋରଣ ଲାଗି ଧମକ ଦେଇଛି । ଏଥିରେ ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ ମୁମ୍ବାଇ ସହର ରହିଛି ଓ ଦୁଇଟି ରାଜ୍ୟ ଗୁଜୁରାଟ ଏବଂ ଉତ୍ତର ପ୍ରଦେଶ ରହିଥିବା ଜଣାପଡିଛି । ଏକ ପ୍ରେସ୍ ଇସ୍ତାହାର ଜରିଆରେ ଆଲାକାଏଦା ସଂଗଠନ ନିଜର ବିବୃତି ଜାରି କରିଛି ।