ପକ୍ଷୀକୁ କରିଲେ ଚ୍ୟାଲେଞ ,ମୁଁ ବି ତୋ ପରି ଉଡିପାରେ

ସୋସିଆଲ ମିଡିଆ : ଦିନକୁ ଦିନ ମଣିଷ ବିଭିନ୍ନ ଉପାୟରେ ଓ ବିଞାନ କୈାଶଳରେ ନିଜକୁ ପ୍ରମାଣିତ କରିଦେଖାଇଛି । ମଣିଷ ପାଖରେ ଏମିତି କିଛି କାମନାହିଁ ଯାହାକି ସେ କରିପାରିବ ନାହିଁ । ଆକାଶରେ ପକ୍ଷୀଙ୍କ ସହ ଉଡିବାଠାରୁ ହେଉ କି ପାଣିରେ ମାଛଙ୍କ ସହ ପହଁରିବା ହେଉ ସବୁକିଛି ସମ୍ଭବ ହୋଇପାରୁଛି । ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏକ ରୋମାଞ୍ଚକର ଭିଡିଓ । ଯେଉଁଥିରେ ଜଣେ ବ୍ୟକ୍ତି ପକ୍ଷୀଙ୍କ ସହ ଉଡିବାର ଚ୍ୟାଲେଞ ଦେଉଥିବା ଦେଖିବାକୁ ମିଳିଛି । ହଜାର ହଜାର ଫୁଟ ଉଚ୍ଚରେ ପକ୍ଷୀକୁ ଉଡିବାର ଶକ୍ତି ମିଳିଥଏ । କିନ୍ତୁ ମଣିଷ ମଧ୍ୟ ପ୍ରକୃତିରୁ ବାହାରି ନିଜ ଚେଷ୍ଟା ବଳରେ ପକ୍ଷୀକୁ ଚ୍ୟାଲେଞ ଦେଇ ପାରୁଛି ।

ଏମିତି ଏକ ଅଦ୍ଭୁତ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ପକ୍ଷୀ ଆକାଶରେ ଉଡୁଥିବାର ଏହି ଭିଡିଓକୁ ଦେଖନ୍ତୁ , ଜଣେ ବ୍ୟକ୍ତି ମଧ୍ୟ ପାରାଚ୍ୟୁଟ ଜରିଆରେ ପକ୍ଷୀ ସହିତ ତାଳ ମିଳାଇ ଉଡିବାରେ ଲାଗିଛନ୍ତି । ତଳେ ନଦୀ ,ନାଳ.ଜଙ୍ଗଲର ଅପୂର୍ବ ଦୃଶ୍ୟ ମଧ୍ୟ ଆକାଶରୁ ସ୍ପଷ୍ଟ ଦେଖାଯାଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଚକିତ କରିଛି । କେବଳ ସେତିକି ନୁହେଁ ଉଡିବା ସମୟରେ ତାଙ୍କ ପାରାଚ୍ୟୁଟ ଉପରେ ମଧ୍ୟ ଆସି ବସି ଯାଉଛି । ସେ ତା ଥଣ୍ଟରେ ତାଙ୍କ ଜୋତାକୁ ମଧ୍ୟ ଖୁମ୍ପିବାରେ ଲାଗିଛି ।

ଓ ସେ ବ୍ୟକ୍ତି ଜଣଙ୍କ ତା ଡେଣା ଓ ପରକୁ ଆଉଁସିବାରେ ଲାଗିଛନ୍ତି । ତେବେ ଏହି ପକ୍ଷୀଟି ପାରାଚ୍ୟୁଟ ଗ୍ଲାଇଡିଙ୍ଗ କରୁଥିବା ବ୍ୟକ୍ତିଙ୍କ ପୋଷାଚଢେଇ ବୋଲି ଅନୁମାନ କରାଯାଉଛି । ଏହି ଭିଡିଓ ଟି ‘ଦି ଗ୍ରେଟ ପ୍ଲାନେଟ ‘ନାମକ ଏକ ଆକାଉଣ୍ଟରୁ ଅପଲୋଡ ହୋଇଛି ।ତେବେ ଏହି ଭିଡିଓ ଟି ବ୍ରାଜିଲର ବୋଲି ଜଣାପଡିଛି । ଏହି ଭିଡିଓ ସୋସିାଲ ମିଡିଆରେ ଅପଲୋଡ ହେବାପରେ ହଜାର ହଜାର ଲୋକ ଏହାକୁ ଦେଖୁଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । କିଛି ୟୁଜର ଏହି ଭିଡିଓରେ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।