(ରିପୋର୍ଟସ ଟୁଡ଼େ): ରାଜ୍ୟର ଥଣ୍ଡା ସହର ଫୁଲବାଣୀ ସମେତ କନ୍ଧମାଳ ଜିଲ୍ଲାରେ ଶୀତ ସାଙ୍ଗକୁ କୋହଲା ପାଗ ଲାଗିରହିଛି । ଗତକାଲି ଏଠାରେ ସୂର୍ୟ୍ୟ ଆଲୁଅ ଦେଖିବାକୁ ମିଳି ନଥିଲା । ସକାଳଠୁ ସଂଧ୍ୟା ପର୍ୟ୍ୟନ୍ତ ଏଭଳି ପାଗ ଲାଗି ରହିଥିଲା । ଶୀତ ଓ କୋହଲା ପାଗ ସାଙ୍ଗକୁ ମଝିରେ ସାମାନ୍ୟ ଝିପିଝିପି ବର୍ଷା ହୋଇଥିଲା । ପ୍ରବଳ ଶୀତଲହରୀ ଯୋଗୁଁ ଜିଲ୍ଲାରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗରମ ପୋଷାକ ପିନ୍ଧିବା ସହ ଲୋକେ ନିଆଁ ପୁଏଁଇ ଶୀତ ଦାଉରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂତ୍ର ଅନୁସାସରେ, ଫୁଲବାଣୀରେ ଆଜିର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରହିଥିଲା । ଲଘୁଚାପ ଯୋଗୁଁ ପାଗ ଏଭଳି ପାଗ ହୋଇଥିବା କୁହାଯାଉଛି । ଆଉ.୨ ..ଦିନ ଏଭଳି ପାଗ ଲାଗି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
.