ଦୁର୍ଗାପ୍ରସାଦ ଠାରେ ଓଲଟିଲା ଟୁରିଷ୍ଟ ବସ୍ : ୬ ମୃତ ୩୦ ରୁ ଉର୍ଦ୍ଧ୍ବ ଆହତ

ହିଞ୍ଜିଳିକାଟୁ : ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଗତ ମଧ୍ୟ ରାତ୍ରରେ ଘଟିଛି ଏହି ଦୁର୍ଘଟଣା । ଏଥିରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରୁ ଭଞ୍ଜନଗର ଦେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଦୁର୍ଗାପ୍ରସାଦ ଠାରେ ରାସ୍ତା କଡ଼ରେ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଭଞ୍ଜନଗର ଓ ଟିକାବାଲି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଜଣେ ଗୁରୁତରଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ବସ୍ ତଳେ ଚାପିହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ସମୁଦାୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଉଭୟ ପୋଲିସ ଓ ଅଗ୍ନିଶମ ବାହୀନି ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଖବର ଅନୁସାରେ , ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଟୁରିଷ୍ଟ ବସ୍ ଯୋଗେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିକୁ ବୁଲିବାକୁ ଯାଇଥିଲେ । ସେଠାରୁ ଭଞ୍ଜନଗର ଦେଇ ବିଶାଖାପାଟଣା ଅଭିମୁଖେ ଯାଇଥାନ୍ତେ । ହେଲେ ଦୁର୍ଭାଗ୍ୟବଶତଃ କଳିଙ୍ଗା ଘାଟି ପାର ହେବାପରେ ଭାରସାମ୍ୟ ହରାଇ ଦୁର୍ଗାପ୍ରସାଦ ନିକଟରେ ଓଲଟି ପଡ଼ିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବସରେ ସମୁଦାୟ ୭୦ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବା । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଘଟଣା ସଂକ୍ରାନ୍ତରେ ଅନୁଧ୍ୟାନ ଆରମ୍ଭ କରିଛି ଭଞ୍ଜନଗର ଥାନା ପୋଲିସ ।