ବାଲେଶ୍ବର: ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀଙ୍କୁ କପି ବାଣ୍ଟୁ ଥିବାବେଳେ ଅଚାନକ ପରୀକ୍ଷା ନିରୀକ୍ଷକ ଆସିଯିବାରୁ ନିଜକୁ ବଞ୍ଚାଇବାକୁ ଯାଇ ପରୀକ୍ଷା କେନ୍ଦ୍ରର ଜଣେ ଛାତ୍ରୀଙ୍କ ଉପରକୁ କପି ଫିଙ୍ଗି ଦେଲେ ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ଶିକ୍ଷକ । ଯାହା ଫଳରେ ଉକ୍ତ ଛାତ୍ରୀଙ୍କ ପାଖରୁ କପି ବାହାରିବା ଯୋଗୁ ନିରିକ୍ଷକ ତାଙ୍କୁ ଏମ ପି କରାଇଦେବାର ଭୟ ଦେଖାଇ ଉକ୍ତ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଦାବି କରି ମାମଲାକୁ ରଫାଦଫା କରାଇ ଦେବାକୁ କହୁଛନ୍ତି ଉକ୍ତ ପରୀକ୍ଷା କେନ୍ଦ୍ର ର ଅଧୀକ୍ଷକ।
ଯାହାକୁ ନେଇ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଉକ୍ତ ଛାତ୍ରୀ ଜଣକ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଂ ଗ୍ରାମରେ ଥିବା ଇଶ୍ବର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ ଗତ ୬ ତାରିଖ ରେ ଉକ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଥିବା ବେଳେ ହଠାତ ପରୀକ୍ଷା କେନ୍ଦ୍ର ଭିତରକୁ ପରୀକ୍ଷା ନିରିକ୍ଷୀକ ଆସିଯିବାରୁ ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ଶିକ୍ଷକ ଜଣକ ହାତ ରେ ଧରିଥିବା କପି ଟିକୁ ସଞ୍ଜନା ଜେନା ନାମକ ଜଣେ ପରୀକ୍ଷାର୍ଥୀଙ୍କ ଉପରକୁ ଫିଙ୍ଗି ଦେଇଥିଲେ।
ଏହାପରେ ନିରିକ୍ଷକ ଉକ୍ତ ଛାତ୍ରୀଙ୍କ ଠାରୁ ଆଡମିଟ କାର୍ଡ ନେବା ସହ ଏକ ଫର୍ମ ରେ ଦସ୍ତଖସ୍ତ କରାଇ ନେଇଥିଲେ। ଏମ ପି ହେବା ଭୟରେ ମାନସିକ ଭାରସାମ୍ୟ ହରାଇ କାନ୍ଦି କାନ୍ଦି ଘରକୁ ଫେରିଥିଲେ । ତେବେ ଆଜି ଅଧୀକ୍ଷକ ଦାୟିତ୍ବରେ ଥିବା ଉକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପରେଶ ଛନ୍ଦ୍ର ପାତ୍ର ଉକ୍ତ ପରୀକ୍ଷାର୍ଥୀ ଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟ କୁ ଡକାଇ ଘଟଣା ର ସମାଧାନ ପାଂଇ ୨୫ ହଜାର ଟଙ୍କା ଦାବି କରିଥିଲେ । ତେବେ ଛାତ୍ରୀ ଜଣକ ଅତ୍ୟନ୍ତ ଗରୀବ ପରିବାର ର ହୋଇଥିବା ରୁ ଟଙ୍କା ଯୋଗାଡ କରିବାରେ ଅସମର୍ଥ ହେବା ସହିତ ବିନା ଦୋଷରେ ତାଙ୍କ ଝିଅ କୁ ଫସେଇ ଦିଆ ଯାଇ ଥିବାରୁ ନ୍ୟାୟ ପାଂଇ ନିବେଦନ କରିଛନ୍ତି ।
ତେବେ ଏନେଇ ଆମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ପାତ୍ର ଙ୍କ ପ୍ରତିକ୍ରିୟା ନେବା କୁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ବରଙ୍ଗ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ସହିତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଅନ୍ୟପକ୍ଷରେ ଆମେ ଏନେଇ ବାଲେଶ୍ବର ଜିଲ୍ଲା ଶିକ୍ଷାଧିକାରୀ ବିଷ୍ନୁ ଚରଣ ସୂତାର ଙ୍କୁ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ରିସିଭ୍ କରିନଥିଲେ।