ଚୀନରେ ଜବରଦସ୍ତି ଚାଲିଛି କରୋନା ପରୀକ୍ଷା

ବ୍ୟୁରୋ: ଚୀନ ଏବେ ପୁଣିଥରେ କରୋନା ଭାଇରସ୍ ଉପର ମୁହାଁ ହୋଇଛି । ଏହି ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚୀନ୍ର ରାଜଧାନୀ ସାଂଘାଇରେ ବୃଦ୍ଧି ଘଟୁଛି । ସେଥିପାଇଁ ତାର ବାସିନ୍ଦାଙ୍କୁ ସପ୍ତାହକୁ ତିନି ଦିନ କରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ହୋଇଛି । ପରୀକ୍ଷା ବାହାନାରେ ସେମାନଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଉଛି । ଭିଡିଓ ଦେଖି ଚୀନ୍ ସରକାରଙ୍କ ସମ୍ବେଦନଶୀଳତା ଉପରେ ପ୍ରଶ୍ନ ଉଠାଉଛି ।

୨୨ ନିୟୁତ ଲୋକ ଥିବା ବେଜିଂ ସହରର ଚାଓୟାଙ୍ଗରେ ୩.୫ ମିଲିୟନ୍ ଲୋକ ଅଛନ୍ତି । ଯଦିଓ ସଂକ୍ରମିତଙ୍କ ସଂଖ୍ୟା କମ୍ ,କିନ୍ତୁ କରୋନାକୁ ପ୍ରତିହତ କରିବା ପାଇଁ ସରକାର ସାଂଘାଇରେ କଡ଼ା ଲକ୍ ଡାଉନ୍ ଲଗାଇ ପାରନ୍ତି । ଗତ ସୋମବାର ଦିନ ବେଜିଂରେ ୭୦ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୪୬ ଟି ମାମଲା ଚାଓୟାଙ୍ଗରେ ରହଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ଜଣେ ମହିଳାଙ୍କୁ ଟେବୁଲ୍ ତଳେ ପଡି ରହିଥିବାର ଦେଖିବାକୁ ମିଳୁଛି । ଆଉ ଜଣେ ସ୍ୱାସ୍ଥ୍ୟ କର୍ମୀ ମହିଳାଙ୍କ ହାତକୁ ଜୋରରେ ଧରିଛନ୍ତି । ଏପରି ସ୍ଥଳେ ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀ ଜବରଦସ୍ତ ମହିଳାଙ୍କ କୋଭିଡ ପରୀକ୍ଷା କରୁଛନ୍ତି ।

ଚାଓୟାଙ୍ଗରେ ରହୁଥିବା ଏବଂ କାର୍ୟ୍ୟ କରୁଥିବା ସମସ୍ତ ଲୋକଙ୍କୁ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ସପ୍ତାହରେ ତିନି ଦିନ କରୋନା ପରୀକ୍ଷା କରିବାକୁ ପଡିବ ବୋଲି ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି। ପରେ ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ୧୦ ଟି ଜିଲ୍ଲାକୁ ମଧ୍ୟ ବ୍ୟାପକ ପରୀକ୍ଷା କରାଯାଇଛି ।