ରାଜଧାନୀର ନୂଆ ଡିସିପି ଭାବରେ ଦାୟିତ୍ବ ଗ୍ରହଣ କଲେ ପ୍ରତୀକ ସିଂ

ଭୁବନେଶ୍ୱର: ଭୁବନେଶ୍ୱରର ନୂଆ ଡିସିପି ଭାବରେ ଦାୟିତ୍ବ ଗ୍ରହଣ କଲେ ପ୍ରତୀକ ସିଂ। ପୂର୍ବରୁ ଡିସିପି ଦାୟିତ୍ୱରେ ଥିବା ଉମାଶଙ୍କର ଦାସ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଆଜି ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ସମସ୍ତ ଏସିପି,ଆଇଆଇସିଙ୍କ ସହିତ ଭେଟିବା ପରେ ଦାୟିତ୍ବ ଗ୍ରହଣ କରିଥିଲେ ପ୍ରତୀକ ସିଂ । ତେବେ ଦାୟିତ୍ୱ ନେବା ପରେ ଭୁବନେଶ୍ୱରର ନୂତନ ଡିସିପି ପ୍ରତୀକ ସିଂ ଜନ ସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ରଖି କାମ କରିବା ସହ କଟକରେ କାମ କରିବାର ଅନୁଭୂତି କାମ ଦେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଏହା ବ୍ୟତୀତ ସେ ଆହୁରି କହିଛନ୍ତି, ବିଭିନ୍ନ ଥାନା ସହିତ ଆଲୋଚନା କରି କେଉଁ ଥାନାରେ କଣ ସମସ୍ୟା ପ୍ରଥମେ ଆଲୋଚନା କରି ପଦକ୍ଷେପ ନିଆଯିବ। ତେବେ ରାଜଧାନୀରେ ଲୁଟପାଟ,ଅପରାଧ, ହତ୍ୟା ଭଳି ଅପରାଧ ବଢୁଥିବା ବେଳେ କିପରି ସେସବୁ ସମସ୍ୟାର ମୁକାବିଲା କରି ହେବ ସେଥିପ୍ରତି ଧ୍ୟାନ ଦେବା ନେଇ ଜଣାଇଛନ୍ତି ଡିସିପି ପ୍ରତୀକ ସିଂ ।