ଯୋଧପୁର ହିଂସାକାଣ୍ଡ : କିଛି ସ୍ଥାନରେ ୧୪୪ ଧାରା ଜାରି

ରାଜସ୍ଥାନର ଯୋଧପୁରରେ ଘଟିଥିବା ହିଂସାକାଣ୍ଡ ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି ।

(ରାଜସ୍ଥାନ) : ରାଜସ୍ଥାନର ଯୋଧପୁରରେ ଘଟିଥିବା ହିଂସାକାଣ୍ଡ ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ହିଂସାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦାୟୀ କରି ବର୍ଷିଛି ବିଜେପି ।

ହିଂସାକାଣ୍ଡର ଭିଡିଓ ଟ୍ବିଟ୍‌ କରି ଗିରିରାଜ ସିଂହ ଲେଖିଛନ୍ତି, ପର୍ବ ହିନ୍ଦୁମାନଙ୍କ ହେଉ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟର ହିନ୍ଦୁମାନଙ୍କ ଉପରେ ପଥର ମାଡ ଏକ ପରମ୍ପରା ହୋଇଗଲାଣି । ଆଉ ସରକାର ଯଦି ରାଜସ୍ଥାନ ଭଳି ସେକ୍ୟୁଲାର୍ ହୁଏ ତେବେ ସେମାନଙ୍କ ପ୍ରଦର୍ଶନ ଆହୁରି କଦର୍ଯ୍ୟ ହୋଇଯାଏ ।

ପଥର ମାଡରେ ୫ ଜଣ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି । ହିଂସାକାଣ୍ଡ ଘଟୁଥିବା ସ୍ଥାନଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ଯୋଧପୁର ଅଞ୍ଚଳରେ ଯାଉଥିବା କିଛି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି ।