ଦିଲ୍ଲୀ ବାସୀ ; ପଇସା ନିଅ କିନ୍ତୁ ୨୪ ଘଣ୍ଟା ବିଜୁଳି ଦିଅ

ବ୍ୟୁରୋ : ବର୍ତ୍ତମାନ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁଛି । ଏବଂ ତା ମଧ୍ୟରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ନାହିଁ ନଥିବା ହଇରାଣ କରୁଛି । ଏଥିରୁ ରାଜଧାନୀ ଦିଲ୍ଲୀ ମଧ୍ୟ ବାଦ ପଡିନାହିଁ । ଲୋକ ବେଶ ହନ୍ତସନ୍ତ ହେଉଛନ୍ତି ଏବଂ ଲୋକଙ୍କ ଭିତରେ ଆକ୍ରୋଶ ବଢିବାରେ ଲାଗିଛି । ଦିଲ୍ଲୀ ବାସୀ ଅପିଲ କରିଛନ୍ତି ଆମକୁ ମାଗଣା ଲାପଟପ ଦରକାର ନାହିଁ ବରଂ ପଇସା ନେଇ ୨୪ ଘଣ୍ଟା ବିଦ୍ୟୁତ ଯୋଗାଓ।

ସୂଚନାନୁଯାୟୀ ତାପଜ କେନ୍ଦ୍ର ଗୁଡିକରେ କୋଇଲା ଅଭାବ ହେତୁ ଦେଶରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଦେଶରେ ବିଦ୍ୟୁତ ଚାହିଦାର ପରିମାଣ ବଢିଥିବା ବେଳେ କୋଇଲା ଅଭାବ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହା ମଧ୍ୟରେ ଅରବିନ୍ଦ କେଜ୍ରିଓ୍ଵାଲ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏବେ ଉପଯୁକ୍ତ ମାତ୍ରାରେ ବିଜୁଳି ମିଳୁ ନଥିବା ହେତୁ ଲୋକ ତାଚ୍ଛଲ୍ୟ କରି କହିଛନ୍ତି ଆମେ ଦିନକୁ ୫୦ ୟୁନିଟ ବିଦ୍ୟୁତ ମଧ୍ୟ ବ୍ୟବହାର କରିପାରୁ ନାହୁଁ । ପୁଣି ମାଗଣା ଲାପଟପ କଥା କାହିଁକି କୁହାଯାଉଛି ବୋଲି ପ୍ରଶ୍ନ କରୁଛନ୍ତି

ଆମ ଆଦମୀ ପାର୍ଟି ଦେଶରେ ଦିଲ୍ଲୀ ମଡେଲ ବିଷୟରେ ଡିଡିମ ପିଟୁ ଥିବା ସମୟରେ ଦିଲ୍ଲୀ ବାସୀ କିନ୍ତୁ ନା ନା ହଇରାଣର ସମ୍ମୁଖୀନ ହେଉଛନ୍ତି । ବିଜୁଳିର ଏପରି ଦୟନୀୟ ସ୍ଥିତି ହେତୁ ଅଫିସ ଗୁଡିକରେ ମଧ୍ୟ ସଠିକ ରୂପେ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଜଣାପଡିଛି ।