(ପ୍ରଶାନ୍ତ ସ୍ୱାଇଁ): ପାରାଦୀପରେ ଆରମ୍ଭ ହେବାକୁ ଯାଉଛି ପଥ ଉତ୍ସବ ୨୦୧୮ା ପାରାଦୀପ ପୌରପରିଷଦ ପକ୍ଷରୁ ଏହି ପଥ ଉତ୍ସବକୁ ନେଇ ପାରାଦୀପ ପୌରପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ପାରାଦୀପର ପୌରପରିଷଦ ପୌରାଧ୍ୟକ୍ଷ, ବିଭିନ୍ନ ଶିଳ୍ପାନୁଷ୍ଠାନ ଅଧିକାରି, ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ଅଚଂଳର ବୁଦ୍ଧିଜିବୀ ମାନେ ଯୋଗଦେଇଥିଲେ । ତେବେ ପାରାଦୀପରେ ଏହା ପ୍ରଥମ ଥରପାଇଁ ଆରମ୍ଭ ହେଉଥିବାବେଳେ ରାଜ୍ୟରେ ଏହା ପୁର୍ବରୁ କଟକ , ଭୁବନେଶ୍ୱର ଓ ରାଉରକେଲାରେ ଏହି ଉତ୍ସବ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟତଃ ପଲିଥିନ୍ ମୁକ୍ତ ସହିତ ପରିମଳ , ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ସଚେତନତା କାର୍ଯ୍ୟକ୍ରମ ରହିଛି । ଏହି ପଥ ଉତ୍ସବ ଆସନ୍ତା ୨୩ ତାରିଖ ଦିନ ହେବାକୁ ଯାଉଥିବାବେଳେ ଏହି ଉତ୍ସବରେ ସମସ୍ତଙ୍କୁ ଯୋଗଦେଇ ସଫଳ କରିବାପାଇଁ ପାରାଦୀପ ପୌରପରିହଦ ପକ୍ଷରୁ ନିବେଦନ କରାଯାଇଛି ।