କୁକୁଡା ଫାର୍ମରେ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ ପ୍ରାୟ ଦୁଇ ହଜାର ରୁ ଅଧିକ କୁକୁଡା ଜୀବନ୍ତ ଦଗ୍ଧ

(ହିଞ୍ଜିଳି କାଟୁ/ ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ମଗଂଳପୁର ଏକ କୁକୁଡା ଫାର୍ମ ରେ ଗତକାଲି ରାତିରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି  । ଏହି ଅଗ୍ନିକାଣ୍ଡ ରେ ପ୍ରାୟ ଦୁଇ ହଜାର ରୁ ଅଧିକ କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଗତ ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ହଜାର ହଜାର କୁକୁଡା ଜୀବନ ବିକଳରେ ବଂଚିବା ପାଇଁ ଉଦ୍ୟମ କରୁଥିବାର ଦୃଶý ଦେଖିବାକୁ ମିଳିଛି ।