ପୁଣି ଜଳୁଛି ଶିମିଳିପାଳ

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ।

(ଶିମିଳିପାଳ) : ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଗତକାଲି (ବୁଧବାର) ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ୧୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ଜେନାବିଲ ଏବଂ ଚହଲା ରେଞ୍ଜ ଅଞ୍ଚଳର ଦୁଇଟି ସ୍ଥାନରେ ନିଆଁ ଲିଗିଥିବା ନେଇ ସୂଚନା ମିଳିଛି।

ସୂଚନାନୁଯାୟୀ , ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ୍ ଟିମ୍ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ମେସିନ ନିୟୋଜିତ ହୋଇଛି।