ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍

ଚାନ୍ଦବାଲି: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା । ଚାନ୍ଦବାଲି ଥାନାରେ ପହଁଚିଲେ କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ । କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚରକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ କ୍ରାଇମବ୍ରାଞ୍ଚର ଟିମ୍ ବାହାରିଥିଲେ । ସେହିପରି ଅନ୍ୟଏକ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଯାଗପୁର କାଳିଆପାଣି ଅଂଚଳରେ ୩ ଦିନ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା । ଏନେଇ ଖବର ଜଣାପଡିବା ପରେ ଶର୍ମିଷ୍ଠାଙ୍କ ଶାଶୁଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରି ଫେରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମାନସ ସ୍ୱାଇଁଙ୍କୁ ଫେବୃଆରୀ ୭ ତାରିଖରେ ହତ୍ୟା କରାଯାଇଥିଲା । ଗୋଟିଏ ମାସ ୧୫ ଦିନ ଗଲାଣି, ହେଲେ ଏବେ ଯାଏ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାର ପତ୍ତା ମିଳୁନି । ଦିନ ଯେତିକି ଗଡୁଛି ନୂଆ ନୂଆ ଚରିତ୍ରମାନ ଏଣ୍ଟ୍ରି ମାରୁଛନ୍ତି । ତେବେ ଏସବୁ ଭିତରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚରକୁ ଦେଇଛନ୍ତି ପୋଲିସ ଡିଜି ।