(ବାଲେଶ୍ଵର) : ରାଜ୍ୟରେ ଦିନକୁ ବୃଦ୍ଧି ପାଉଛି ହାତୀ ଉପଦ୍ରଵ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟରେ ହାତୀ ଅସୁରକ୍ଷିତ। ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଗୁହାଳିଆ ଅଞ୍ଚଳରେ ଥିବା ଦେବଗିରି ପାହାଡ଼ରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ତେବେ ଦିନକୁ ଦିନ ହାତୀ ବଂଶ ବିସ୍ତାର କରିବା ପରିବର୍ତ୍ତେ ହାତୀଙ୍କ ସଂଖ୍ୟା ଲୋପ ପାଉଛି। ଏହି ଘଟଣା ପରେ ଶିମିଳିପାଳ ବନ ବିଭାଗର ୪ଟି ଟିମ୍ ତଦନ୍ତ ଆରମ୍ଭ କରିଛି। ତେବେ ଅଭୟାରଣ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହୋଉଥିବାରୁ ସ୍ଥାନୀୟ ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।