ଉତ୍ତରାଖଣ୍ଡରେ ଆଜି ଶପଥ ନେବେ ନବ ନିର୍ବାଚିତ ବିଧାୟକ

ଉତ୍ତରାଖଣ୍ଡରେ ସଦ୍ୟ ବିଧାନସଭା ନିର୍ବାଚନରେ ବାଜିମାତ କରି ପୁଣି କ୍ଷମତାକୁ ଆସିଛି ବିଜେପି।

(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡରେ ସଦ୍ୟ ବିଧାନସଭା ନିର୍ବାଚନରେ ବାଜିମାତ କରି ପୁଣି କ୍ଷମତାକୁ ଆସିଛି ବିଜେପି। ତେବେ ରାଜ୍ୟର ନବ ନିର୍ବାଚିତ ବିଧାୟକମାନେ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଶପଥ ନେବେ। ଆଜି ସକାଳ ୧୧ଟାରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଅସ୍ଥାୟୀ ଭାବେ ବାଚଷ୍ପତ୍ତି ବଂଶୀଧର ଭଗତ ଶପଥ ଗ୍ରହଣ କରାଇବେ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ , ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ଥିବା ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ମଦନ କୌଶିକ୍ କହିଛନ୍ତି। ଏହି ବୈ଼ଠକରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। କାଲି ମୁଖ୍ୟମନ୍ତ୍ରୀ ଚୟନର ପରେ ଶପଥପାଠ ଗ୍ରହଣ ଉତ୍ସବ ହେବ। ଏହିପରିପ୍ରେକ୍ଷୀରେ ଆମର ଅନେକ ମୁଖ୍ୟମନ୍ତ୍ରୀ ଚେହେରା ଥିବା ରବିବାର ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ୍‌ କହିଛନ୍ତି।