ନୂଆଦିଲ୍ଲୀ: ପଞ୍ଜାବରେ ମାର୍ଚ୍ଚ ୧୬ରେ ଆମ୍ ଆଦମୀ ପାର୍ଟିର ପଞ୍ଜାବ ସିଏମ୍ ପ୍ରାର୍ଥୀ ଭଗୱନ୍ତ ମାନ୍ ଶପଥ ଗ୍ରହଣ କରିବେ । ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ଦିଲ୍ଲୀରେ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ମାର୍ଚ୍ଚ ୧୬ରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମାନ୍ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି ଏବଂ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଛନ୍ତି।
मेरा छोटा भाई भगवंत मान पंजाब के मुख्यमंत्री पद की शपथ लेगा। आज वे शपथ ग्रहण का न्यौता देने मेरे घर आए। मुझे पूरा भरोसा है कि भगवंत एक मुख्यमंत्री के तौर पर पंजाब के लोगों की हर उम्मीद को पूरा करेंगे। pic.twitter.com/u2JoH1ZKtH
— Arvind Kejriwal (@ArvindKejriwal) March 11, 2022
- ଅମୃତସରରେ ହେବ ମେଗା ରୋଡ୍ ସୋ
ଶପଥ ଗ୍ରହଣ ପୂର୍ବରୁ ବିଜୟ ଉତ୍ସବ ପାଳନ କରିବାକୁ ଅରବିନ୍ଦ କେଜ୍ରିୱାଲ ଏବଂ ଭଗୱନ୍ତ ମାନ୍ ମାର୍ଚ୍ଚ ୧୩ରେ ଅମୃତସରରେ ଏକ ରୋଡ୍ ସୋ କରିବେ। ଏହି ରୋଡ୍ ସୋ’ର ଉଦ୍ଦେଶ୍ୟ ହେଉଛି ପଞ୍ଜାବର ଲୋକଙ୍କୁ କୃତଜ୍ଞତା ଜଣାଇବା | ନିର୍ବାଚନ ପୂର୍ବରୁ ମଧ୍ୟ କେଜ୍ରିୱାଲ ଭଗୱନ୍ତ ମାନଙ୍କୁ AAP ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ ଏବଂ ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଭଗୱନ୍ତ ମାନଙ୍କୁ ଭେଟିବା ପରେ କେଜ୍ରିୱାଲ ଏକ ଟୁଇଟରେ କହିଛନ୍ତି ଯେ, ମାନ୍ ତାଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ଭଗୱନ୍ତ ମାନ ପଞ୍ଜାବର ଲୋକଙ୍କ ଆଶା ପୂରଣ କରିବେ।
- ଆପର ରାଜନୈତିକ ଝଡ଼ରେ ଧୂଳିସାତ୍ ବିରୋଧୀଙ୍କ ଯୋଜନା
ପଞ୍ଜାବର ନିର୍ବାଚନ ଫଳାଫଳରେ, ଏଥର ଆପ୍ ଏକ ବଡ଼ ବିଜୟ ହାସଲ କରି ସମସ୍ତ ରାଜନୈତିକ ଦୁର୍ଗକୁ ଧ୍ୱଂସ କରିଦେଇଛି |୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍ ୯୨ଟି ସିଟ୍ ଜିତିଛି | ଭଗୱନ୍ତ ମାନ୍ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଧୁରୀ ଆସନରୁ ଜିତିଥିଲେ | ‘AAP’ର ଝଡ଼ରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ଠାରୁ ଆରମ୍ଭ କରି ନବଜୋତ ସିଂ ସିଦ୍ଧୁ, ଅମରିନ୍ଦର ସିଂ ଏବଂ ସୁଖବୀର ବାଦଲ ମଧ୍ୟ ନିଜ ଆସନ ସଂରକ୍ଷଣ କରିବାରେ ସକ୍ଷମ ହୋଇପାରି ନାହାଁନ୍ତି।
ଭଗୱନ୍ତ ମାନ୍ ସହିଦ ଭଗତ ସିଂଙ୍କର ଜଣେ ବଡ ପ୍ରଂଶସକ । ଯେଉଁଥିପାଇଁ ସେ ଭଗତ ସିଂଙ୍କ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସ୍ଥିର କରିଛନ୍ତି । ଏହାସହ ବିଜୟ ପରେ ଭଗୱନ୍ତ କହିଥିଲେ, ପୂର୍ବରୁ ଶପଥ ଗ୍ରହଣ ଉତ୍ସବ ମାହୋଲ ଭିତରେ ହେଉଥିଲା କିନ୍ତୁ ଏବେ ଏହି ସମାରୋହ ସହିଦଙ୍କ ଗାଁରେ ହେବ । ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳୀ ଦେବା ଆମର ନୈତିକ କର୍ତ୍ତବ୍ୟ । କାରଣ ସହିଦଙ୍କ ବଳିଦାନ ପାଇଁ ହିଁ ଆମେ ସ୍ୱାଧୀନତା ପାଇଛୁ ।