(ଗୋଆ) : ଗୋଆର ଲୋକ ପ୍ରିୟ ନେତା ଥିଲେ ମନୋହର ପାରିକର। ନିର୍ବାଚନ ଛିଡ଼ା ହେବା ପରଠାରୁ କେବେ ହାରି ନଥିଲେ। ଏପଟେ ବାପାଙ୍କ ପରିଚୟ ଓ ଲୋକପ୍ରିୟତାକୁ ପାଥେୟ କରି ନିର୍ବାଚନ ଲଢ଼ିବାକୁ ବାହାରିଥିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର। କିନ୍ତୁ ଉତ୍ପଳ ବିଜେପିର ପ୍ରାର୍ଥୀ ଅତନାସିଓ ମନସେର୍ରାଟେ(ବାବୁଶ)ଙ୍କ ଠାରୁ ପରାସ୍ତ ହୋଇଛନ୍ତି।
ସୂଚନାନୁଯାୟୀ , କିନ୍ତୁ ଉତ୍ପଳକୁ ହରାଇବା ବାବୁଶଙ୍କ ପାଇଁ ଏତେ ସହଜ ହୋଇନଥିଲା। ପ୍ରଥମ ରାଉଣ୍ଡରେ ଉତ୍ପଳ ବାବୁଶଙ୍କ ଠାରୁ ଖୁବ୍ ଆଗରେ ଥିଲେ। ସମସ୍ତଙ୍କୁ ଲାଗୁଥିଲା ଯେ ଉତ୍ପଳ ବିଜେପି ପାଇଁ କଣ୍ଟା ହୋଇପାରନ୍ତି। କିନ୍ତୁ ଶେଷ ଭାଗକୁ ବାବୁଶ ଉତ୍ପଳକୁ ହରାଇବାରେ ସମର୍ଥ ହୋଇଥିଲେ। ତେବେ ମାତ୍ର ୭୧୬ ଭୋଟ୍ରେ ହିଁ ଜିତିପାରିଥିଲେ।