ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସୁଛି। ଫଳାଫଳରେ ଏପର୍ଯ୍ୟନ୍ତ ୟୁପି, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁରରେ ବିଜେପି ସରକାର ଗଠନ କରୁଥିବା ଦେଖିବାକୁ ମିଳିଛି । ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ବର୍ତ୍ତମାନର ଟ୍ରେଣ୍ଡରେ ଯାହା ଦେଖିବାକୁ ମିଳୁଛି ପଞ୍ଜାବରେ ଆପ୍ ଭଗୱନ୍ତ ମାନଙ୍କ ନେତୃତ୍ୱରେ ସରକାର ଗଢ଼ୁଛି । ପଞ୍ଜାବର ମୋଟ ୧୧୭ ସିଟରୁ ଆପ୍ ୮୬ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି । ସେହପରି ଶିରୋମଣୀ ଆକାଳୀ ଦଳ ୩ଟି, ବିଜେପି ଓ ବିଏସପି ଉଭୟ ୧ଟି ଲେଖାଏଁ ଆସନରେ ଆଗୁଆ ରହିଛି ।
इस इंक़लाब के लिए पंजाब के लोगों को बहुत-बहुत बधाई। pic.twitter.com/BIJqv8OnGa
— Arvind Kejriwal (@ArvindKejriwal) March 10, 2022
ଅନ୍ୟପକ୍ଷେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଲାଗିଛି ଜୋରଦାର ଝଟକା । ୧୩ ହଜାରରୁ ଅଧିକ ଭୋଟରେ ପଟିଆଲା ଆସନରୁ ହାରିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ପଟିଆଲା ଆସନରେ ଆପ୍ ପ୍ରାର୍ଥୀ ଅଜିତ୍ ପାଲ ସିଂହ କୋହଲିଙ୍କ ସହ କ୍ୟାପଟେନଙ୍କ କଡ଼ା ଟକ୍କର ହୋଇଥିଲା । ତେବେ ଶେଷରେ ଅମରିନ୍ଦରଙ୍କୁ ୨୮ ପ୍ରତିଶତ ଅର୍ଥାତ୍ ୨୨ ହଜାରରୁ ଅଧିକ ଭୋଟ୍ ମିଳିଥିବା ସମୟରେ ଆପ୍ ପ୍ରାର୍ଥୀ ଅଜିତ୍ ପାଲଙ୍କୁ ମିଳିଛି ୪୫ ପ୍ରତିଶତ ଅର୍ଥାତ୍ ୩୬ ହଜାରରୁ ଅଧିକ ଭୋଟ୍ ପାଇ ୧୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ଅଜିତ୍ ପାଲ ।
The voice of the people is the voice of God …. Humbly accept the mandate of the people of Punjab …. Congratulations to Aap !!!
— Navjot Singh Sidhu (@sherryontopp) March 10, 2022
ସେହିଭଳି ପଞ୍ଜାବରେ କଂଗ୍ରେସର ମଧ୍ୟ ବଡ଼ ପରାଜୟ ହୋଇଛି ।ଏହି ଶୌଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ “ଲୋକଙ୍କ ସ୍ୱର ଭଗବାନଙ୍କ ସ୍ୱର ବୋଲି” ଟ୍ୱିଟ୍ କରିଛନ୍ତି । ଏବଂ ଆମ୍ ଆଦମୀ ପାର୍ଟିକୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ।