ପଛରେ ପଡିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ପଟିଆଲା: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ତାଙ୍କର ପଞାବରେ ରହିଛି ବେଶ ଦବଦବା । ହେଲେ କଂଗ୍ରେସ ହାତ ଛାଡ଼ିବା ପରେ ଏବେ ଅମରିନ୍ଦରଙ୍କ ଉପରୁ ଭୋଟରଙ୍କ ଭରସା ମଧ୍ୟ ଭାଙ୍ଗିଯାଉଥିବା ସଙ୍କେତ ମିଳୁଛି । କାରଣ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ପଞ୍ଜାବର ୩ ହେଭିୱେଟ କ୍ୟାପ୍ଟେନ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି। ନିଜ ପାରମ୍ପରିକ ଆସନରେ ପଞ୍ଚମ ରାଉଣ୍ଡ ପରେ କ୍ୟାପଟେନ ଅମରିନ୍ଦର ସିଂ ୧୦ ହଜାର ଭୋଟରେ ପଛରେ ଅଛନ୍ତି। ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଅଜିତ ପାଲ ତାଙ୍କ ଠାରୁ ବହୁ ଆଗକୁ ଚାଲିଗଲେଣି । ବର୍ତ୍ତମାନର ଟ୍ରେଣ୍ଡ୍ ମୁତାବକ, ପଞ୍ଚମ ରାଉଣ୍ଡ ଶେଷରେ ପଟିଆଲା ସହରୀ ଆସନରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ୧୦,୦୦୦ରୁ ଅଧିକ ଭୋଟରେ ଆଗେଇ ଚାଲିଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଅଜିତ ପାଲ ସିଂ କୋହଲି କହିଛନ୍ତି ଯେ, ଆପ୍ ପ୍ରାର୍ଥୀ ଭୋଟରଙ୍କ ବିଶ୍ୱାସ ଓ ଭରସା ଭାଙ୍ଗିବାକୁ ଦେବେ ନାହିଁ। ଅମରିନ୍ଦର ମୁଖ୍ୟମନ୍ତ୍ରୀ ଥିବାବେଳେ ପଟିଆଲାବାସୀଙ୍କୁ ଭୁଲି ଯାଇଛନ୍ତି, ଯାହାର ପରିଣାମ ଆଜିର ଫଳାଫଳରୁ ବେଶ୍ ବାରି ହୋଇପଡୁଛି ।