୨୮ରୁ ବନ୍ଦ ହେବ କୋଭିଡ ହସ୍ପିଟାଲ

Covid Hospital will be closed from the 27th

ଭୁବନେଶ୍ୱର: କୋଭିଡ ସ୍ଥିତିରେ ଆସିଛି ସୁଧାର। ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସିର ପଦକ୍ଷେପ। ୨୮ ତାରିଖ ଠାରୁ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର। ହାଇଟେକ, କିମ୍ସ କୋଭିଡ ହସ୍ପିଟାଲ ବନ୍ଦ ହେବ। ବିଏମସି ପକ୍ଷରୁ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି କ୍ଲୋଜର ନୋଟିସ। ସେହିପରି ସମ୍ ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା କମାଯିବକୁ ନିଷ୍ପତ୍ତି ହୋଇଛି । ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ ଲେଖାଏଁ ଶଯ୍ୟା ରହିବ । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।