ଗର୍ଭବତୀ ମହିଳାଙ୍କୁ ମାଡ଼

ନୀଳଗିରି: ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ହିଂସାର ରାସ୍ତା ଅପଣେଇଛି ବିଜେପି । କେଉଁଠି ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା ବାଣ୍ଟୁଛି ତ ଆଇ କେଉଁଠି ମାଡ଼ ମରୁଛି ନହେଲେ ଆଉ କେଉଁଠି ହିଂସା କରୁଛି । ଏମିତି ଘଟଣା ଘଟିଛି ନରସିଂହପୁର ପଞ୍ଚାୟତ ଦିନିଦେଶ ଅଞ୍ଚଳରେ । ଏଇଟା ଖାଲି କେବଳ ଦିନିଦେଶ ଅଞ୍ଚଳର ନୁହେଁ ବରଂ ପୁରା ରାଜ୍ୟରେ ଚାଲିଛି ଗୁଣ୍ଡାରାଜ । ଦିନିଦେଶ ଅଞ୍ଚଳରେ ଜୋର ଜାର୍ ମୂଲକ ତା’ର ଭଳି ଭୋଟ୍ ନଦେବାରୁ ଗର୍ଭବତୀଙ୍କ ସହ ବିଜେପି କର୍ମୀ ତିନିଜଣଙ୍କୁ ମାଡ଼ ମାରିଛନ୍ତି । ସୂଚନା ଅନୁସାରେ, ୨୨ ତାରିଖ ରାତିରେ ତିନିଦେଶ ଅଞ୍ଚଳରେ କିଛି ବିଜେପି କର୍ମୀ ରାଖେଲ୍ ସିଂଙ୍କୁ ଘରେ ପଶି ଆକ୍ରମଣ କରିଥିଲେ । ସ୍ୱାମୀଙ୍କ ଆକ୍ରମଣ ହେଉତବବା ଦେଖି ଛଡାଇବାକୁ ଆସିଥିଲେ ଗର୍ଭବତୀ ସ୍ତ୍ରୀ ମିନତୀ ।

ତାଙ୍କୁ ବି ବିଜେପି କର୍ମୀ ଆକ୍ରମଣ କରିଥିଲେ । ପରେ ଚିତ୍କାର ଶୁଣି ଗାଁର ମହିଳାମାନେ ଆସିଥିଲେ । ହେଲେ ବିଜେପି କର୍ମୀ ସେମାନଙ୍କୁ ବି ଛାଡ଼ି ନଥିଲେ । ଠେଙ୍ଗା, ବାଡ଼ି, ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୋଟ ୩ ଜଣ ଆହାତ ହୋଇଛନ୍ତି । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ବେଳେ ୨୫ ତାରିଖ ପରେ ତଦନ୍ତ କରିବ ବୋଲି ପୋଲିସ କହିଥିବା କହିଛନ୍ତି ଏତଲାକାରୀ । ଏନେଇ ନୀଳଗିରି ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିକୁ ସାଧାରଣରେ ନିନ୍ଦା କରାଯାଇଛି ।