ବରୀ: ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ବରୀର ଯୁବ ନେତା ବିଶ୍ଵ ରଞ୍ଜନ ମଲ୍ଲିକ । ଗତ ପଞ୍ଚାୟତ ନିର୍ବାଚନ ସମୟ ରେ ତାଙ୍କ ନେତୃତ୍ବରେ ବରୀ ପଞ୍ଚାୟତ ସମିତି ର ୨୧ ଗୋଟି ସମିତି ସଭ୍ୟ ପଦବୀ ହାସଲ କରି ସୁନନ୍ଦା ଦାସ ଙ୍କୁ ଅଧ୍ୟକ୍ଷା ପଦରେ ଅବସ୍ଥାପିତ କରିଥିଲେ ବିଶ୍ଵ । ମାତ୍ର ପରବର୍ତ୍ତୀ ସମୟରେ ବିଶ୍ଵ ଙ୍କ ହାତ ଛାଡ଼ି ସୁନନ୍ଦା ଦାସ ଶାସକ ଦଳରୁ ବିଧାୟିକା ପାର୍ଥିନି ହୋଈ ବିଜୟ ହେବା ପରେ ପରବର୍ତ୍ତି ସମୟରେ ବିଶ୍ଵ ମଲ୍ଲିକ ଶାସକ ଦଳର ରାଜ୍ୟ ସମ୍ପାଦକ ଭାବେ ମନୋନିତ ହୋଇଛନ୍ତି । ଶ୍ରୀ ମଲ୍ଲିକ ଦୀର୍ଘଦିନ ଧରି ବରୀ ର ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସହ ସାମିଲ ହେବା ଓ ବିଶେଷ କରି ବରୀ ଅଞ୍ଚଳ ର ଯୁବପୀଢି ତାଙ୍କୁ ସାତ୍ ଦେବା ଯୋଗୁଁ ଏହି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନ ସମୟ ରେ ତାଙ୍କ ସମର୍ଥିତ ପାର୍ଥି ପାର୍ଥିନି ମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି ବିଶ୍ଵ । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକର ରମ୍ପା ଓ ଉଦୟନାଥପୂର ପଞ୍ଚାୟତରେ ନିଜ ସମର୍ଥିତ ପାର୍ଥି ପାର୍ଥିନିଙ୍କ ନିମନ୍ତେ ପ୍ରଚାର କରିବା ସମୟରେ ତାଙ୍କର ଲୋକ ପ୍ରିୟତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ବ୍ଲକର ମୁଖ୍ୟ ପଞ୍ଚାୟତ ରମ୍ପା ପଞ୍ଚାୟତରେ ବିଶ୍ଵ ଏକ ବିଶାଳ ବାଇକ୍ ରାଲିରେ ଯାଇ ତାଙ୍କ ସମର୍ଥିତ ସରପଞ୍ଚ ପାର୍ଥି ସୁନାକର ବେହେରାଙ୍କ ଛତା ଚିହ୍ନ ହୋଇଥିବା ବେଳେ ସମିତି ସଭ୍ୟ ପାର୍ଥିନି ଜୟଲକ୍ଷ୍ମୀ ବେହେରାଙ୍କ ବସ୍ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ସେହିପରି ଉଦୟନାପୁରରେ ସରପଞ୍ଚ ପାର୍ଥିନୀ ସବିତା ସାମଲ ଏବଂ ସମିତି ସଭ୍ୟ ପାର୍ଥି ଶରତ ଚନ୍ଦ୍ର ସାମଲଙ୍କ ପାଇଁ ବିଶ୍ୱଙ୍କ ଭଉଣୀ ବରୀ ବ୍ଲକ ଅଧ୍ୟକ୍ଷା ସୁବାଶୀନି ଶର୍ମା ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଲୋକ ମାନଙ୍କ ପାଖରେ ପହଞ୍ଚାଇ ଭୋଟ ଭିକ୍ଷା କରିଥିଲେ । ଆଜିର ପ୍ରଚାରରେ ପ୍ରସନ୍ନ ସାମଲ, ମାନସ ସାମଲ, ସୁବ୍ରତ ସାମଲ, ସନାତନ ମହାନ୍ତି, ଶୁଭେନ୍ଦୁ ଦାସ, ଶ୍ରୀକାନ୍ତ ଦାସ, ଚିତ୍ତରଞ୍ଜନ ଦାସ, କୈଳାସ ପାତ୍ରଙ୍କ ସହ ରମ୍ପାରେ ସରପଂଚ ବିଜୟ କିଶୋର ସାହାଣୀ, ପ୍ରଣବ ଦାସ, ଦୟାନିଧି ଦାଶ, ଧନେଶ୍ଵର ଦାଶ, ଯୁବନେତା ଭରତ ସେଠୀ , ମହେଶ୍ୱର ବେହେରା, ଅଶୋକ ବେହେରା, ଉମାକାନ୍ତ ବିଶ୍ଵାଳ, ନୀଳକଣ୍ଠ ଜେନା ଫକିର ମଳିକ ରବୀନ୍ଦ୍ର ବିଶ୍ୱାଳ, କୁନି ସାମଲ, ଶିବ ସାମଲ , ଏକନ୍ ବେହେରା, କପିଳ ବେହେରା, ସୁକନ ବେହେରା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ।