ବଲିଉଡରେ ଡେବ୍ୟୁ କରିବେ କ୍ରିତିଙ୍କ ଭଉଣୀ ନୁପୁର ସାନନ୍‌

ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଭଉଣୀ ନୁପୁର ସାନନ୍‌ ଖୁବଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ଚାଲିଛି ।

(ମୁମ୍ବାଇ) : ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଭଉଣୀ ନୁପୁର ସାନନ୍‌ ଖୁବଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ଚାଲିଛି । ନୁପୁର ଭେଟେରାନ୍‌ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ବିପକ୍ଷରେ ବଲିଉଡ୍‌ ଡେବ୍ୟୁ କରିବେ । ତାହା ‘କାଲା ଶାହ କାଲା’ର ହିନ୍ଦୀ ରିମେକ୍‌ ହେବ । ଫିଲ୍ମର ଟାଇଟଲ ‘ନୁରାନି ଚେହରା’ ରଖାଯିବ । ଫିଲ୍ମ ନିର୍ମାଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନାନୁଯାୟୀ , ଏ ସଂପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି ‘ନୁରାନି ଚେହେରା’ ଲାଗି ପ୍ରଯୋଜନା ସଂସ୍ଥା ଏକ ନୂଆ ମୁହଁର ସନ୍ଧାନରେ ଥିଲା । ସେଥିରେ ନାୟିକାଙ୍କ ଭୂମିକା ଲାଗି ନୁପୁର ଏକଦମ୍‌ ଫିଟ୍‌ । ନୱାଜୁଦ୍ଦିନ୍‌-ନୁପୁରଙ୍କ ଯୋଡ଼ିକୁ ଦର୍ଶକେ ପସନ୍ଦ କରିବେ ବୋଲି ଆଶା ରହିଛି ।