ସୋନପୁର: ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪ ଜଣ ବାଇକ ଚୋରଙ୍କୁ ଗିରଫ କରିଛି ତରଭା ଥାନା ପୋଲିସ । ସେମାନଙ୍କ ନିକଟରୁ ଜବତ କରାଯାଇଛି ଚୋରିହୋଇଥିବା ୧୨ଟି ବାଇକ୍ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ । ଗତ ୨ ତାରିଖରେ ତରଭା ଡାକ୍ତରଖାନା ପରିସରରୁ ତାଙ୍କ ବାଇକ୍ ଚୋରି ହୋଇଥିବା ନେଇ କ୍ଷମାନିଧି କଣ୍ଠ ଅଭିଯୋଗ କରିଥିଲେ ।ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତରଭା ବ୍ଲକ୍ ରାଇକେଡା ଗାଁ ର ଅଜୟ କୁଶଳ, କୟାପଦର ଗାଁର ସଦାନନ୍ଦ ରଣା, କମସରା ଗାଁ ର ଅନୀଲ ବିଭାର, ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଗରଡ଼ାମୁଣ୍ଡା ଗାଁ ର ନୀଳକଣ୍ଠ ନନ୍ଦଙ୍କୁ ଅଟକ ରଖି ପଚାଉଚରା କରିଥିଲା । ଅଧିକ ପଚରାଉଚରା ପରେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ସେମାନଙ୍କ ନିକଟରୁ ହୀରାକୁଦ, ସମ୍ବଲପୁର, ବୁର୍ଲା, ବରଗଡ଼ ଜିଲ୍ଲା ତୁମଗାଁ, ରେଙ୍ଗାଲି କ୍ୟାମ୍ପ, ପୁରୀ, ସହଲା, ବଲାଙ୍ଗୀର ଜିଲ୍ଲା ତୁଷୁରା, କଣ୍ଟାବାଞ୍ଜି, କଳାହାଣ୍ଡି ଜିଲ୍ଳା ମଦନପୁର ରାମପୁର ଆଦି ସ୍ଥାନର ବାଇକ୍ ଜବତ କରାଯାଇଛି । ବାଇକ୍ ଚୋର ଦଳର ମୁୁଖ୍ୟ ତଥା ଏଥିରେ ସାମିଲ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ । ଏଥିପାଇଁ ଗଠିତ ସ୍ୱତନ୍ତ୍ର ଦଳରେ ଉପଖଣ୍ଡ ପୋଲିସ ଅଧିକାରୀ ପୁଷ୍ପାଞ୍ଜଳୀ ନିଗି, ଆଇଆଇସି ସୁବ୍ରତ ପାଣିଗ୍ରାହୀ, ଏସ୍ଆଇ ଯଯାତି କେଶରୀ ସାହୁ, ନିର୍ମଳ ଚନ୍ଦ୍ର ବାରିକ୍, ହାବିଲଦାର ବୃନ୍ଦାବନ ପାଞ୍ଚବିଭାର,ହୋମ୍ଗ।।ର୍ଡ ବିଜୟ ସାହୁ, ଅମର ନାଏକ, ଲିଙ୍ଗରାଜ ପ୍ରଧାନ ପ୍ରମୁୁଖ ସାମିଲ ଥିଲେ ।