(ଦିଲ୍ଲୀ) : ଦିନକୁ ଦିନ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ବାଘ ମୃତ୍ୟୁ ସଂଖ୍ୟା । ବିଭିନ୍ନ କାରଣରୁ ଗତବର୍ଷ ୧୦୬ଟି ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥର ୧୨୭ଟି ବାଘ ମରିଛନ୍ତି। ରାଜ୍ୟ ସଭାର ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ଏହି ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ବାଘମାନଙ୍କର ମୃତ୍ୟୁ ହେବାର ଅନେକ କାରଣ ରହିଛି। ଯଥା ବାର୍ଦ୍ଧକ୍ୟ, ପରସ୍ପର ମଧ୍ୟରେ ଲଢ଼େଇ, ବିଜୁଳି ଆଘାତ ଏବଂ ଶିକାର ଆଦି କାରଣରୁ ବାଘ ମୃତ୍ୟୁ ସଂଖ୍ୟା ବଢ଼ିଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟଗୁଡ଼ିକୁରୁ ସଂଗହିତ ରିପୋର୍ଟ ଅନୁସାରେ ୨୦୨୧ରେ ବାଘ ମୃତ୍ୟୁ ସଂଖ୍ୟା ୧୨୭ ହୋଇଛି। ଗତବର୍ଷ ମଧ୍ୟପ୍ରଦେଶରେ ସର୍ବାଧିକ ୪୨ଟି ବାଘ ମରିଥିଲେ। ତା ପଛକୁ ମହାରାଷ୍ଟ୍ରର ୨୭, କର୍ଣ୍ଣାଟକର ୧୫ ଓ ଉତ୍ତର ପ୍ରଦେଶରେ ୯ଟି ବାଘଙ୍କର ମୃତ୍ୟୁ ହୋଇଥିଲା।