(ଭୁବନେଶ୍ୱର) : ଦୀର୍ଘ ୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଗଣ୍ଡା । ଏଥିପାଇଁ ହାଇଦ୍ରାବାଦସ୍ଥିତ ନେହରୁ ଜୁଲୋଜିକାଲ ପାର୍କ (ଚିଡ଼ିଆଖାନା) ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି । ଏଠାରୁ ଅଦଳବଦଳ ପ୍ରକ୍ରିଆରେ ବିଭିନ୍ନ ଜୀବଜନ୍ତୁ ଅଣାଯିବ । ଗଣ୍ଡା ସହିତ ସେଠାରୁ ଧଳା ମହାବଳ ବାଘ, ଆଫ୍ରିକୀୟ ସିଂହ, ଓଟପକ୍ଷୀ ଆସିବେ ।
ସୂଚନାନୁଯାୟୀ , ନନ୍ଦନକାନନରୁ ତା’ର ପ୍ରତିବଦଳରେ ବାଘ, ସିମ୍ପାଞ୍ଜି ଓ କିଛି ପକ୍ଷୀ ଦିଆଯିବ । ମଙ୍ଗଳବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ଟିମ୍ ହାଇଦ୍ରାବାଦ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । କେବଳ କେନ୍ଦ୍ରୀୟ ଚିଡ଼ିଆଖାନାରୁ ଅଦଳ ବଦଳ ପାଇଁ ମଞ୍ଜୁରି ମିଳିବାକୁ ଅପେକ୍ଷା କରାଯାଇଛି ।