ଦୁଇ ବାଇକ ମୁହାଁମୁହିଁ ଧକ୍କା

କଣ୍ଟାବାଞ୍ଜି : ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଟିଟିଲାଗଡ଼ ୫୯ନମ୍ବର ଜାତୀୟ ରାଜପଥ ଗୋଇମୁଣ୍ଡ ଛକ ନିକଟରେ । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଟିଟିଲାଗଡ ପଟୁ ସୁଶୀଲ ଆସୁଥିବାବେଳେ ବିପରୀତ ଦିଗରୁ ହରେକୃଷ୍ଣ ଓ ତାଙ୍କ ସହଯୋଗୀ ଆସୁଥିଲେ । ଗୋଇମୁଣ୍ଡ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଜଣେ ବାଇକ ଆରୋହି ଘଟଣା ସ୍ଥଳରେ ମୃତ ହୋଇଥିବାବେଳେ ଆଉ ଜଣେ ବାଇକ ଆରୋହି ମୁରିବାହାଲ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି ।ସେହିପରି ଆଉ ଜଣେ ଗୁରୁତରଙ୍କୁ କଣ୍ଟାବାଞ୍ଜି ଡ଼ାକ୍ତରଖାନାକୁ ନିଆଯାଇଛି । ମୃତକ ଟିଟିଲାଗଡ଼ ଦେବନ୍ଧପଡାର ହରେକୃଷ୍ଣ ଚନ୍ଦନ ଓ ଆଉ ଜଣେ ବଙ୍ଗୋମୁଣ୍ଡାର ସୁଶୀଲ ସୁନା ବୋଲି ଜଣାପଡିଛି । ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।