ତ୍ରିପୁରା ହିଂସାକୁ ନେଇ ରାଜ୍ୟ ସରକାରଙ୍କ ଉତ୍ତର

ନୂଆଦିଲ୍ଲୀ: ଗତବର୍ଷ ତ୍ରିପୁରାରେ ହୋଇଥିବା ସାମ୍ପ୍ରଦାୟିକ ହିଂସ।।ର ଯାଞ୍ଚ ପାଇଁ ତ୍ରିପୁରା ସରକାର ଏକ ଟିମ ଗଠନ କରିଛି । ଟିମରେ ଓକିଲ, ମାନବାଧିକାର ସଂଗଠନର ଅଧିକାରୀ ହିଂସା ପଛର କାରଣର ଯାଞ୍ଚ କରି ରିପୋର୍ଟ ଦେବେ । ଏଥିସହ ଏହି ହିଂସ।। ମାମଲାରେ ସୁପ୍ରିମକୋର୍ଟରେ ଦାୟର ସ୍ୱତନ୍ତ୍ର ଯାଞ୍ଚ ଦାବି ଉପରେ ରାଜ୍ୟ ସରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାଜ୍ୟସରକାର ସୁପ୍ରିମ କୋର୍ଟରେ ଦାୟର ସତ୍ୟପାଠରେ କହିଛନ୍ତି, କିଛି ମାସ ପୂର୍ବରୁ ପଶ୍ଚିମ ବଙ୍ଗ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ସାମ୍ପ୍ରଦାୟିକ ଘଟଣା ଘଟିତ ହୋଇଥିଲା । ସେତେବେଳେ ଏତେ ମାତ୍ରାରେ ଜନଭାବନା ସୃଷ୍ଟି ହୋଇନଥିଲା । କିନ୍ତୁ ହଠାତ୍ ତ୍ରିପୁରା ପରି ଛୋଟ ରାଜ୍ୟରେ କିଛି ଘଟଣାକୁ ନେଇ ମାମଲା ଦାୟର ହୋଇଛି । ରାଜ୍ୟ ସରକାର କହିଛନ୍ତି, ଯାଚିକାକର୍ତ୍ତା ଆକ୍ରୋଶମୂଳଭାବେ ମାମଲା ଦ।।ୟର କରିଛନ୍ତି ।
ସତ୍ୟପାଠରେ ଆହୁରି କୁହାଯାଇଛି, ଜନହିତ ଯାଚିକାର ଦୁପଯୋଗ ହେଉଛି । ଅଦାଲତ ଖବର କାଗଜ ରିପୋର୍ଟ ଆଧାରରେ ଅଧିକାରକ୍ଷେତ୍ରର ପ୍ରୟୋଗକୁ ମନା କରିଦେବା ପରେ ନୂଆ ଏକ ପେଞ୍ଚ ବାହାର କରାଯାଇଛି ଜନହିତ ମାମଲାରେ ।