ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଅଣସଂରକ୍ଷିତ ତାଲିକା ପ୍ରକାଶ

ହିଞ୍ଜଳିକାଟୁ/ ରଜନୀକାନ୍ତ ପାତ୍ର: ସୂଚନା ଅନୁସାରେ, ଆଜି ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ତାଲିକା ଓ ୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି । ତେବେ ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଅଣସଂରକ୍ଷିତ ଚିଠା ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି ଓ ତାଲିକା ପ୍ରକାଶିତ ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆଶାୟୀ ମାଳମାଳ ଥିବା ବେଳେ ପୁରୁଣାକୁ ଆସ୍ଥା ନା ନୂଆ ମଙ୍ଗୁଆଳ ଖୋଜାକୁ ନେଇ ଚର୍ଚ୍ଚା ଜୋର ଧରିଛି ।