(ସୋନପୁର / ଓମ୍ ପ୍ରକାଶ ମିଶ୍ର) : ଲକ୍ଷାଧିକ ଟଙ୍କାର ପଟା ଜିବତ । ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ଅନ୍ତର୍ଗତ ସାନ କିରାଶିରା ଗ୍ରାମରେ ଲକ୍ଷାଧିକ ଟଙ୍କାର ପଟା ଜବତ କରାଯାଇଛି । କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ସାନ କିରାଶିରା ଗ୍ରାମରେ ଚଢ଼ାଉ କରିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗଜେନ୍ଦ୍ର ବିଶ୍ବାଳଙ୍କ ଘରୁ ଲକ୍ଷାଧିକ ଟଙ୍କାର ବେଆଇନ ବିଜା ଓ ଶାଗୁଆନ ପଟା ଜବତ କରାଯାଇଛି । ଏବଂ ଅଭି୍ୁକ୍ତଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବିରମହାରାଜପୁର ବନାଞ୍ଚଳ ଅଧିକାରୀ ଅଭିନସ ବରିହା ସୂଚନା ଦେଇଛନ୍ତି।