କଟକ: ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ବିଜେଡି ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ରଖିଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ଓ ଏହା ବିଜୁ ଜନତା ଦଳର ଷ୍ଟାଣ୍ଡ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଆଜି ପର୍ୟ୍ୟନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୟୁନିଫର୍ମ ସିଭିଲ କୋଡ ଉପରେ କୌଣସି ମତ ରଖି ନାହାନ୍ତି। ଭାରତର ସମ୍ବିଧାନ ଯେଉଁ ଧର୍ମ ନିରପେକ୍ଷ ଆଧାରରେ ଚାଲିଛି ତାକୁ ବିଜେଡି ସମର୍ଥନ କରି ଆସିଛି। ବିଜେଡି ସାଂସଦ ଶ୍ରୀଯୁକ୍ତ ମହତାବ ରଖିଥିବା ବକ୍ତବ୍ୟ ବିଜେଡିର ନିର୍ବାଚନ ପୂର୍ବର ଘୋଷଣାପତ୍ରରେ ଥିଲା ଏବଂ ବିଜେଡି ଏଥିରୁ ଦୁରେଇ ଯାଇଛି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି। ସେ ମତ ତାଙ୍କର ବ୍ୟକ୍ତିଗତ। ସେ ଯେଉଁ ଦଳକୁ ଆଧାର କରନ୍ତୁ କିନ୍ତୁ ବିଜୁ ଜନତା ଦଳ ସହିତ କିଛି ସମ୍ପର୍କ ନାହିଁ।