ରାଜରାସ୍ତାକୁ ଓହ୍ଲାଇବ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ

ସୋନପୁର(ଓମ ପ୍ରକାଶ ମିଶ୍ର) : ଆଜକୁ ପ୍ରାୟ ତିନି ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ନିମନ୍ତେ ଏକ କମ୍ୟୁନିଟି ସେଣ୍ଟର, ସ୍ଥାନୀୟ ଏଲ୍ ଆଇ ସି କଲୋନୀ ନିକଟରେ ଅବ୍ୟବହାର୍ଯ୍ୟ ଅବସ୍ଥାରେ ପଡିରହିଛି । କିନ୍ତୁ ତାହାର ଚତୁଃପାର୍ଶରେ କୌଭସି ସ୍ଥାୟୀ ବାଡ ନ ଥିବାରୁ ଆଖପାଖ ଅଞ୍ଚଳର କେତେକ ଅସାଧୁ ବ୍ୟକ୍ତି ଉକ୍ତ ଗୄହର ଚତୁଃପାର୍ଶକୁ ପାଇଖାନା ଭାବରେ ବ୍ୟବହାର କରି ସେହି ସ୍ଥାନଟିକୁ ଅପରିଷ୍କାର କରୁଛନ୍ତି। ଯାହାଦ୍ୱାରା ଗୄହ ର ନିର୍ମାଣ କାର୍ୟ୍ୟ ସରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ତାଙ୍କ କହିବା ଅନୁସାରେ ବାଡ ତିଆରି ପାଇଁ ପୈ।ରପରିଷଦ ତରଫରୁ ୨୦୧୮-୧୯ ଆର୍ଥିକ ବଜେଟରେ ତିନି ଲକ୍ଷ ଟଙ୍କାର ଏକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଉକ୍ତ ଟଙ୍କାକୁ ଅନ୍ୟତ୍ର ବିନିଯୋଗ କରିବା ଫଳରେ ବାଡ କାର୍ୟ୍ୟ ହୋଇପାରିଲା ନାହିଁ। ଏସକ୍ରାନ୍ତରେ ଗତ ୦୧-୦୨-୨୦୨୧ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ତାର କୈ।ଣସି ପ୍ରତିକାର ହୋଇ ପାରିଲା ନାହିଁ। ଉକ୍ତ କମ୍ୟୁନିଟି ଗୄହ ଚତୁଃପାର୍ଶରେ ଏକ ବାଡ ନିର୍ମାଣ କରାନଗଲେ ଆଗାମୀ ଦିନରେ ବାଧ୍ୟହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସଙ୍ଘର ସଭାପତି। ଏଥିରେ କମ୍ୟୁନିଟି ଗୄହ ର ସଭାପତି ଉପେନ୍ଦ୍ର ପ୍ରସାଦ ବାରିକ, ଉପ ସଭାପତି ଅଶୋକ କୁମାର ମହାପାତ୍ର, ସଂପାଦକ ବିଜୟ ଗୋପାଳ ପୂଜାରୀ, ବ୍ରଜ ମୋହନ ଦାନୀ, କମଳ ମହାନ୍ତି ଓ ବିବେକାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।