ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ଵରୀ ଦେବୀଙ୍କ ମନ୍ଦିରରୁ ଗତ ବିଳମ୍ବିତ ରାତ୍ରୀରେ ରୁପା ମୁକୁଟ ଓ ଛତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି ।
କୈ।ଣସି ସୂତ୍ରରୁ ଖବର ପାଇ ଟାଉନ ପୁଲିସ ଆଇଆଇସି ପୁଷ୍ପେନ୍ଦୁ ସାଗର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ସୋନପୁର ସହର ରେ କିଛିଦିନ ହେଲା ଚୋରି ଘଟଣା ବଢ଼ିବାରେ ଲାଗିଛି। ପୋଲିସର ପିସିଆର ଭ୍ୟାନ ପେଟ୍ରୋଲିଙ୍ଗ ବ୍ୟବସ୍ଥା କମିଯିବା ପାଇଁ ଏଭଳି ଘଟଣା ହେଉଛି ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି।