ହିଂଜିଳି/ରଜନୀ କାନ୍ତ ପାତ୍ର : ଆସନ୍ତା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ପାଇଁ ନିର୍ବାଚନ ଅଧିକାରୀଙ୍କ ହିଞ୍ଜିଳି ଗସ୍ତ ।ରବିବାର ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଶତୃଘନ କର ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ତଦାରଖ କରିବା ପାଇଁ ହିଞ୍ଜିଳି ଗସ୍ତ କରିଛନ୍ତି । ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀ ଶ୍ରୀ କର ହିଞ୍ଜିଳିକାଟୁ ବ୍ଳକ କାର୍ୟ୍ୟାଳୟରେ ପଂହଚି ବିଡ଼ିଓଙ୍କ ସହ ଭୋଟର ତାଲିକା କାର୍ୟ୍ୟକ୍ରମ ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ଯେଉଁ ଭୋଟର ମାନେ ପଞ୍ଜିକରଣ ସମ୍ପନ୍ଧରେ ଅନଭିଜ୍ଞ ଥିବେ କିମ୍ବା ସଚେତନ ଅଭାବରୁ ବଂଚିତ ହୋଇଥିବେ ବୁଥସ୍ତରୀୟ ଅଧିକାରୀ ମାନେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଦିବସରେ ନିର୍ଦ୍ଧାରିତ ଫର୍ମ ନେଇ ଭୋଟରଙ୍କୁ ତାଲିକାରେ ସୁନିଶ୍ଚିତ କରାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ । ପରେ ସ୍ଥାନୀୟ ବ୍ନକର ଭାବନ୍ଧ, କଂଚୁରୁ, ଗଣ୍ଡଳା ଓ ପରେ ପୌରାଂଚଳର ବିଭିନ୍ନ ବୁଥ ବୁଲି ତଦାରଖ କରି ଆବଶ୍ୟକ କାର୍ୟ୍ୟକାରିତା ସର୍ମ୍ପକରେ ପରାମର୍ଶ ଦେଇଥିଲେ । ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀ ଶ୍ରୀ କରଙ୍କ ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ନିଳମାଧବ ଭୋଇ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ ମନୋରଂଜନ ସାହୁ, ଜିପିଇଓ ପ୍ରଶାନ୍ତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।