ବାଲ୍ୟବିବାହକୁ ରୋକିବା ପାଇଁ ସଚେତନତା ରାଲି କାର୍ଯ୍ୟକ୍ରମ

(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣ ପୁର ଜିଲ୍ଲା ବିରମହାରାଜ ପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଠାରେ ଏକ ବାଲ୍ୟବିବାହ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ କାଯ୍ୟକମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ହିଲୁଙ୍ଗ ପଞ୍ଚାୟତ ପରିଷଦ ରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିବା ପରେ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା। ଯେଉଁ ଥିରେ ଅଞ୍ଚଳର ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମି,ସଚେତନତା ନାଗରିକ ତଥା ସ୍ଥାନୀୟ ପ୍ରଶାସନ କର୍ମଚାରି ମାନେ ଉପସ୍ଥିତ ରହିଥିଲେ।ବାଲ୍ୟବିବାହ କୁ ବନ୍ଦ କରିବାକୁ କିଭଳି ଭାବରେ ରୋକାଯାଇପାରିବ ତଥା ଆଇନ ର କଣ କଣ ନିୟମ ରହିଛି ସେଥିପ୍ରତି ଲୋକଙ୍କୁ ଅବଗତ କରାଯାଇଥିଲା।ଏହି ଅବସରରେ ବିରମହାରାଜ ପୁର ଉପ ଜିଲ୍ଲାପାଳ ସୁବ୍ରତ ବେହେରା ,ପ୍ରକଳ୍ପ ନିଦ୍ଧେଶକ ସୁଯ୍ୟ ନାରାୟଣ ଦାସ ,ଶିଶୁ ସୁରକ୍ଷା ଅଧିକାରୀ ଓ ସ୍ୱଛାସେବୀ ଘାସିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।