ପୁରୀରେ ୫ଟି ସଚିବ

(ପୁରୀ) ; ପୁରୀରେ ପହଞ୍ଚିଲେ ୫ଟି ସଚିବ । ପୁରୀରେ ଷ୍ଟାଡିୟମ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିୟାନ । ପୁରୀରେ ଏକର ପରିମିତ ଅଞ୍ଚଳରେ ଚାଲିଛି ଷ୍ଟାଡିୟମ ନିର୍ମାଣ କାର୍ୟ୍ୟ । ପୁରୀ ପେଣ୍ଠକଟା ନିକଟରେ ୧୩ ଏକର ପରିମିତ ଅଞ୍ଚଳରେ ଚାଲିଛି ଷ୍ଟାଡିୟମ ନିର୍ମାଣ କାର୍ୟ୍ୟ । ଏହି ଷ୍ଟାଡିୟମକୁ ଜଗନ୍ନାଥ ନାଁରେ ନାମିତ କରାଯାଇଛି । ଏଠାରେ ଏକ କ୍ରିକେଟ ଗ୍ରାଉଣ୍ଡ ସହ ସୁଇମିଙ୍ଗ ପୁଲ, ୧୦୦ ଶଯ୍ୟା ବିଶିଷ୍ଠ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋଲ ହଲ ମଧ୍ୟ ନିର୍ମାଣ କରାଯାଇଛି । ସରକାରଙ୍କ ବ୍ୟୟ ବରାଦରେ ଏହି ଅତ୍ୟାଧୁନିକ ଷ୍ଟାଡ଼ିୟମ ନିର୍ମାଣ ଚାଲିଛୀ । ସେପଟେ ଏହି ନିର୍ମାଣ କାର୍ୟ୍ୟ କେତେଦୂର ଅଗ୍ରଗତି ହୋଇଛି ସେନେଇ ୫ଟି ସିଚବ ଆଜି ପୁରୀ ଗସ୍ତରେ ଆସିଥିଲେ ଏବଂ ସମସ୍ତ କାର୍ୟ୍ୟର ସମୀକ୍ଷା କରିଥିଲେ । ୫ଟି ସଚିବଙ୍କ ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।