ରାସ୍ତା ଜାମ ଯୋଗୁଁ ଅଟକି ରହିଲା ଆମ୍ବଲାନ୍ସ

ସେ।।ନପୁର(ଓମପ୍ରକାଶ ମିଶ୍ର): ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ପରେ ମଧ୍ୟ ଅନେକ ସ୍ତାନରେ ଏହାର ଅସଫଳତାର ଚିତ୍ର ଦେଖିବାକୁ ମିଳିଛି । ସେହିଭଳି ଏକ ସ୍ଥାନ ହେଉଛି ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଳକ ସଦର ମୁଖ୍ୟଛକରୁ ତ୍ରିବେଣି ଛକ ରାସ୍ତା । ଏଠାରେ ରାସ୍ତା ତିଆରି ଚାଲିଥିବା ବେଳେ ଏକ ଆମ୍ବୁଲାନ୍ସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ସୂଚନା ଅନୁଯାୟୀ, ହିଲୁଙ୍ଗ ଗ୍ରାମ ପଂଚାୟତ ନିକଟରେ ପାଚେରି ଥାଇ ମଧ୍ୟରୁ ଅଧାରୁ ଅଧିକ ରାସ୍ତାରେ କଂକ୍ରିଟ କରଣ ଯୋଗୁଁ ରାସ୍ତା ସଂକିର୍ଣ୍ଣ ହୋଇ ଯାତାୟାତରେ ଅସୁବିଧା ହେଉଛି । ତେଣୁ ରାସ୍ତା ଜାମ ଯୋଗୁଁ ଆଜି ରୋଗୀ ନେଇ ଆସୁଥିବା ୧୦୮ ଆମ୍ବଲାନ୍ସ ଅଧଘଣ୍ଟା ସମୟ ଧରି ଅଟକି ରହିଥିବା ଦେଖାଯାଇଥିଲା । ଫଳରେ ଘଟଣାସ୍ଥଳରେ ଧାଁ ଧପଡ ପରିସ୍ଥିତି ସୃଷ୍ଟି ହୋଇଥିଲା ।