ନୂଆଦିଲ୍ଲୀ: ଆଗକୁ ଆସୁଛି ଟି-ଟ୍ୱେଣ୍ଟି ବିଶ୍ୱକପ । ଏଥିପାଇଁ ଭାରତୀୟ ଦଳର ନୂଆ ଜର୍ସି ଲଞ୍ଚ କରିଛି ବିସିସିଆଇ । ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିବା ସହିତ ବିସିସିଆଇ ଏ ନେଇ ସୂଚନା ଦେଇଛି । ଏହି ଫଟୋର କ୍ୟାପ୍ସନରେ ବିସିସିଆଇ ‘ବିଲିୟନ ଚିୟର୍ସ ଜର୍ସି !’ ଲେଖି ପୋଷ୍ଟ କରିଛି । ଜର୍ସିର ପାର୍ଟନ ଟିମ ଇଣ୍ଡିଆ ପ୍ରଶଂସକଙ୍କ ଦ୍ୱାରା ପ୍ରେରିତା ଏହି ଜର୍ସିର ରଙ୍ଗ ଗାଢ ନୀଳ ।
ପୁଣି ଥରେ ଟିମ ‘ମେନ ଇନ ବ୍ଲୁ’ ରୂପରେ ନଜର ଆସିଛି । ନୂଆ ଜର୍ସିରେ ଖେଳିବାକୁ ଯାଉଛି ଆସନ୍ତା ଟି-ଟ୍ୱେଣ୍ଟ ବିଶ୍ୱକପ । ନୂଆ ଜର୍ସି ମଝିରେ ହାଲୁକା ନୀଳ ରଙ୍ଗର ପଟା ଦିଆଯାଇଛି। ପୁରୁଣା ଜର୍ସିରେ କାନ୍ଧରେ ବିଭିନ୍ନ ରଙ୍ଗ ମିଶାଇ ଏକ ଡିଜାଇନ କରାଯାଇଥିଲା। କିନ୍ତୁ ଏଥର ସେମିତି ନାହିଁ।
Presenting the Billion Cheers Jersey!
The patterns on the jersey are inspired by the billion cheers of the fans.
Get ready to #ShowYourGame @mpl_sport.
Buy your jersey now on https://t.co/u3GYA2wIg1#MPLSports #BillionCheersJersey pic.twitter.com/XWbZhgjBd2
— BCCI (@BCCI) October 13, 2021
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ, ଉପ ଅଧିନାୟକ ରୋହିତ ଶର୍ମା, କେ.ଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଏବଂ ଜଶପ୍ରୀତ ବୁମରାହଙ୍କ ଫଟୋ ଶେୟାର କରି ଲେଖିଛି ଜର୍ସି ପାଟର୍ନ ପ୍ରଶଂସକଙ୍କ କୋଟି କୋଟି ଚିୟର୍ସରୁ ପ୍ରେରିତ। ଏହି ଟି-୨୦ ବିଶ୍ୱକପ ସଂଯୁକ୍ତ ଆରବ ଇମିରେଟ୍ସ ଓ ଓମାନରେ ଅକ୍ଟୋବର ୧୭ ତାରିଖରୁ ଖେଳାଯିବ।