ଭୁବନେଶ୍ୱର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧ।।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଉଷୁନା ଚାଉଳ ଉପରେ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୟଭୀତ ହୋଇ କେନ୍ଦ୍ରକୁ ଦୋଷ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି କରିଥିବା ବିଜେପି ଅଭିଯୋଗ କରିଛି । ଏହା ବ୍ୟତୀତ ଚାଷୀ ନା ମିଲରଙ୍କ ସ୍ୱାର୍ଥରେ ଏହି ଚିଠି ହୋଇଛି କି ବୋଲି ବିଜେପି ପ୍ରଶ୍ନ କରିଛି । ଅନ୍ୟ ପଟେ ଚାଷୀ ସମସ୍ୟାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଥିବା ବିଜେଡି ଅଭିଯୋଗ ଆଣିଛି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ପରିବର୍ତ୍ତେ କେନ୍ଦ୍ରରେ ତାଙ୍କ ଦଳ ପରିଚାଳିତ ସରକାର ଓଡିଶାରୁ କିଭଳି ନିୟମିତ ଭାବେ ଉଷୁନା ଚାଉଳ ଉଠାଇବେ ସେହି ଦାବି କରିବା ଉଚିତ ଯାହା ରାଜ୍ୟର କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିପାରିବ ।
ଓଡ଼ିଶା ବିଧାନସଭାର ଜଣେ ବିଧାୟକ ଭାବରେ ସେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ଆସିଥିବା ସଂକଳ୍ପକୁ ସମର୍ଥନ କରିଥିବାବେଳେ ଆଜି କିନ୍ତୁ ଚୁପ୍ ଅଛନ୍ତି । କୃଷକମାନଙ୍କ ସହାୟତା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣ ବୃଦ୍ଧି କରିବା ସହିତ ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ୟ୍ୟକାରୀ କରିବା ପାଇଁ ସେ ଦାବି କରିବା ଉଚିତ ।
ମୁଖ୍ୟମନ୍ତ୍ରୀଙ୍କ ଚିଠିକି ନେଇ ବିଜେପି ଅଭିଯୋଗ ଆଣିଛି, ଯଦି କୃଷକ ସ୍ୱାର୍ଥରେ ସରକାର କ।।ର୍ଯ୍ୟ କରୁଥାନ୍ତେ ତେବେ ଟୋକନ ଲ୍ୟାପ୍ସ ହେବାକୁ ଦିଆଯାଇ ନ ଥାନ୍ତା । ୨ ମାସ ପୂର୍ବରୁ ଧାନ ଓ ଚାଉଳ କିଣାକୁ ନେଇ କେନ୍ଦ୍ର ସରକାର ବୈଠକ ଡାକିଥିଲେ । ବୈଠକରେ ସବୁ ରାଜ୍ୟର ସଚିବ ଉପସ୍ଥିତ ଥିଲେ। ନିଜ ନିଜ ରାଜ୍ୟର ସମସ୍ୟା ବିଷୟରେ କହିଥିଲେ । ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ? କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର ଚିଠି ଲେଖୁଛନ୍ତି । ଚାଷୀ ସମସ୍ୟା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ପଦକ୍ଷେପ ନ ନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।