ସୁନା ବେଶରେ ଦର୍ଶନ ଦେବେ ମା’ ତାରିଣୀ
ଆଜି ନବରାତ୍ରୀର ପଞ୍ଚମ ଦିନ ଅବସରରେ ଆଜି ଘଟଗାଁ ତାରିଣୀଙ୍କ ପୀଠରେ ପାଳିତ ହେଉଛ ଷଷ୍ଠୀ ପୂଜା। ସ୍କନ୍ଦମାତା ରୂପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା ।
(କେଉଁଝର) : ଆଜି ନବରାତ୍ରୀର ପଞ୍ଚମ ଦିନ ଅବସରରେ ଆଜି ଘଟଗାଁ ତାରିଣୀଙ୍କ ପୀଠରେ ପାଳିତ ହେଉଛ ଷଷ୍ଠୀ ପୂଜା। ସ୍କନ୍ଦମାତା ରୂପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା । ତେବେ ଆସନ୍ତାକାଲି ଠାରୁ ସୁନା ବେଶରେ ଦର୍ଶନ ଦେବେ ମା’ ତାରିଣୀ। ମା’ଙ୍କର ଏହି ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମଣ୍ଡପ ନିର୍ମାଣ କରାଯାଇଛି।
ସୂଚନାନୁଯାୟୀ , ଆସନ୍ତା କାଲି ଠାରୁ ମା’ ତାରିଣୀ ସୁନା ବେଶରେ ସଜ୍ଜିତ ହେବେ ଏବଂ ମା’ଙ୍କର ଏହି ସୁନା ବେଶକୁ ଭକ୍ତମାନେ ଚାରିଦିନ ବ୍ୟାପୀ ସପ୍ତମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦର୍ଶନ କରି ପାରିବେ। ମା’ଙ୍କର ଏହି ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମଣ୍ଡପ ନିର୍ମାଣ କରାଯାଇଛି। ଆଜି ଷଷ୍ଠୀ ଅବସରରେ ପ୍ରଥମେ ବେଲବରଣୀ କରି ଏଠାରେ ମଧ୍ୟ ମା’ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହେବ।