କୃଷକ ନେତାଙ୍କର ରଣହୁଙ୍କାର ୧୮ରେ ଦେଶ ବ୍ୟାପି ରେଳ ରୋକ

ନୂଆଦିଲ୍ଲୀ : ଦଶହରାରେ ମୋଦୀ ଓ ଅମିତଶାହାଙ୍କ କୁଶ ପୁତ୍ତଳିକା ଦାହ ହେବ । କୁଶ ପୁତ୍ତଳିକା ଦାହ କରିବେ ଦେଶର କୃଷକ ମାନେ । ସଂଯୁକ୍ତ କିଷାନ ମୋର୍ଚ୍ଚା ଲକ୍ଷ୍ମୀପୁର ଖେରୀ ହିଂସା ପ୍ରତିବାଦରେ ମହାପଞ୍ଚାୟତ କରିବାକୁ ଘୋଷଣା କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସକେଏମ) ଲକ୍ଷ୍ମୀପୁର ଖେରୀ ହିଂସା ପ୍ରତିବାଦରେ ମହାପଞ୍ଚାୟତ ଆୟୋଜନ କରିବାକୁ ଘୋଷଣା କରିଛି। ଏସକେଏମ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, ଲକ୍ଷ୍ମୀପୁର ଖେରି କାଣ୍ଡର ନିରପେକ୍ଷ ଯାଞ୍ଚ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ହଟାଇ ତାଙ୍କୁ ଗିରଫ କରାଯିବା ଉଚିତ୍। କାରଣ ଏହି ବ୍ୟକ୍ତି ହିଁ ଷଡଯନ୍ତ୍ର ଆରମ୍ଭ କରିଥିଲା। ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ବିରୋଧରେ ସରକାର ହିଂସାତ୍ମକ ଆଭିମୁଖ୍ୟ ଆପଣେଇଥିଲେ। ଆମେ ଦାବି କରୁଛୁ ଯେ, କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଉ ବୋଲି ଯୋଗେନ୍ଦ୍ର ଯାଦବ କହିଛନ୍ତି।