(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳ ଦେଇ ନୂଆଁ ନୂଆଁ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି। କଣସି ଏକ ସୂତ୍ରରୁ ଖବର ପାଇ ତରଭା ପୋଲିସ ୫୭ନଂ ଜାତୀୟ ରାଜପଥରେ ପଇଁତରା ମାରୁଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟାରେ ଘାଟକଇଁନ୍ତରା ଓ ଠକ ପାଲି ଛକରେ ଘରୋଇ ଆମ୍ବଲାନ୍ସ (ଓଡି ୦୩ ଇ ୦୫୭୯) ଆସୁଥିବା ଦେଖି ସନ୍ଦେହରେ ଅଟକାଇଥିଲେ। ଗାଡି ଯାଞ୍ଚ ସମୟରେ ଆଠ ଟି ବସ୍ତାରେ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲା ପୋଲିସ ଗାଡିକୁ ଜବତ କରିଥିଲେ । ଗଞ୍ଜେଇ ବୌଦ୍ଧ ଜିଲା କଣ୍ଟାମାଳରୁ ବଲାଙ୍ଗିର ଦେଇ ଅନ୍ୟତ୍ର ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି । ଥାନାରେ ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେରଙ୍କ ଉପସ୍ଥିତିରେ ୨.୬୪୮୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛୀ । ଗିରଫ ହୋଇଥିବା ଅଭିଯୁଜ୍ତ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରତାଖଣ୍ଡି ଗ୍ରାମର ହରିବୋଲ ପାଣ୍ଡେ(୩୫) ଓ ତରଭା ଥାନା ବ୍ରାହ୍ମଣୀ ଗ୍ରାମର ମାୟାଧର ସେଠୀ(୨୭) । ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ନିରଞ୍ଜନ ଦାସ ପ୍ରକାଶ କରିଛନ୍ତି। ଏସିଆଇ ଆରତୀ କହଁର, ଏଏସଆଇ ଅରକ୍ଷୀତ ମାଝୀ, ହାବିଲଦାର ବୃନ୍ଦାବନ ପଞ୍ଚବିହାର, ଉମେଶ ନାଏକ, ପ୍ରକାଶ ଧରୁଆ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ