ମହାନଦୀରେ ଅଘଟଣ; ଭାସିଗଲେ ବାପ, ପୁଅ ଆଉ ଝିଅ

ସମ୍ବଲପୁର: ଉଚ୍ଛନ ହେଉଛି ମହାନଦୀର ବଢି ପାଣି । ଅକାଳେ ନେଉଛି ଅନେକ ଲୋକଙ୍କ ଜୀବନ । କିଛି ଦିନ ତଳେ ସାମ୍ବାଦିକ ଅରିନ୍ଦମ ଏବଂ ଓଡ୍ରାପ ଟିମ କର୍ମଚାରୀ ସୀତାରାମ ମୁର୍ମୁ ପ୍ରାଣ ହରାଇଥିଲେ । ପୁଣି ଆଜି ଆଉ ତିନି ଜଣ ମହାନଦୀ ପାଣିରେ ଭାସି ଯାଇଥିବା ଜଣା ପଡିିଛି । ଗାଧୋଇବା ସମୟରେ ବାପ, ପୁଅଙ୍କ ସମେତ ଝିଅ ମଧ୍ୟ ମହାନଦୀ ପାଣିରେ ଭାସି ଯାଇଛନ୍ତି । ନିକଟସ୍ଥ ଦଳେଇପଡା ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ସମ୍ବଲପୁର ପେନସନପଡାର ଅଲତାବ ଏବଂ ପୁଅ ଅଫତାବ ଏବଂ ଝିଅ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ତେବେ ଅନେକ ଖୋଜାଖୋଜି ପରେ ଅଫତାବଙ୍କ ମୃତଦେହ ଠାବ କରିଛି ଅଗ୍ନିଶମ ବାହିନୀ ।