ସାଂସଦ ନୁସରତ ଜାହାଁଙ୍କ ଛୁଆର ବାପା କିଏ ? ଉଠିଲା ପରଦା

ବଙ୍ଗୀୟ ଅଭିନେତ୍ରୀ ତଥା ପଶ୍ଚିମବଙ୍ଗ ତ୍ରୁଣମୂଳ ସାଂସଦ ନୁସରତ ଜାହାଁ। ନିକଟରେ ଏକ ପୁତ୍ରା ସନ୍ତାନର ମା’ ହୋଇଛନ୍ତି।

(ମୁମ୍ବାଇ) : ବଙ୍ଗୀୟ ଅଭିନେତ୍ରୀ ତଥା ପଶ୍ଚିମବଙ୍ଗ ତ୍ରୁଣମୂଳ ସାଂସଦ ନୁସରତ ଜାହାଁ। ନିକଟରେ ଏକ ପୁତ୍ରା ସନ୍ତାନର ମା’ ହୋଇଛନ୍ତି। ସେ ଗର୍ଭବତୀ ହେବା ଦିନ ଠାରୁ ଛୁଆ ଜନ୍ମ ହେବା ଯାଏଁ ସଦବୁ ଚର୍ଚ୍ଚାରେ ରହିଥିଲା । ତାଙ୍କ ଛୁଆର ବାପା କିଏ? ଏ କଥାରୁ ପରଦା ଉଠିଛି । ସେ ସିଙ୍ଗିଲ ମଦର ହେବେ ବୋଲି ସର୍ବସମ୍ମୁଖରେ କହିଥିଲେ। ଏବେ କିନ୍ତୁ ତାହା ସତ୍ୟ ନୁହେଁ ।

ସୂଚାନନୁଯାୟୀ , ନୁସରତଙ୍କ ପୁଅର ବାପା ଅଭିନେତା ୟଶ ଦାସଗୁପ୍ତା ହିଁ ବୋଲି ସ୍ପଷ୍ଟ ହୋଇଛି। ନୁସରତଙ୍କ ପୁଅର ଜନ୍ମ ପ୍ରମାଣପତ୍ରରୁ ଏହି ଖୁଲାସା ହୋଇଛି। ନୁସରତଙ୍କ ଛୁଆର ବାର୍ଥ ରେଜିଷ୍ଟ୍ରେସନର ପୂରା ତଥ୍ୟ ପବ୍ଲିକ ଡୋମେନରେ ସାମ୍ନାକୁ ଆସିଛି। ଏଥିରେ ଛୁଆର ପୂରା ନାଁ ‘ଇଶାନ ଜେ ଦାସଗୁପ୍ତା’ ଲେଖା ହୋଇଛି। କୋଲକାତା ନଗରନିଗମରେ ଦାଖଲ କରାଯାଇଥିବା ଡକ୍ୟୁମେଣ୍ଟ ମୁତାବକ, ଏଥିରେ ବାପାଙ୍କ ନାଁ ଦେବାଶିଷ ଦାସଗୁପ୍ତା ଲେଖାଯାଇଛି। ଯାହା ଅଭିନେତା ୟଶ ଦାସଗୁପ୍ତାଙ୍କ ଅଫିସିଆଲ ନାଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ନୁସରତ ଜାହାଁଙ୍କ ପୁଅର ବାପା ଆଉ କେହି ନୁହନ୍ତି, ୟଶ ଦାସଗୁପ୍ତା ହିଁ ତାଙ୍କର ପ୍ରକୃତ ଜନକ।

ପୂର୍ବରୁ ୟଶ ଦାସଗୁପ୍ତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଅଧିକାରୀକ ରୂପେ ଏହା ସ୍ପଷ୍ଟ ହୋଇଛି। ଦୀର୍ଘ ଦିନ ହେବ ନୁସରତ ତାଙ୍କ ସ୍ୱାମୀ ନିଖିଲ ଜେନ୍‌ଙ୍କ ଠାରୁ ଭିନ୍ନ ହୋଇଯାଇଛନ୍ତି। ଏହାପରେ ନୁସରତ ଏବଂ ଅଶ ରିଲେସନସିପ୍‌ରେ ଅଛନ୍ତି। ପୁଅ ଜନ୍ମ ହେବା ପରେ ସର୍ବପ୍ରଥମେ ୟଶ ଦାସଗୁପ୍ତା ହିଁ ନିଜ ସୋଶାଲ ମିଡିଆରେ ଖୁସି ଖବର ଜଣାଇଥିଲେ। ଏଥିସହ ନୁସରତ ଏବଂ ପୁଅ ଉଭୟ ସୁସ୍ଥ ଥିବା କହିଥିଲେ।