ତାଲିବାନର ଅର୍ଥବ୍ୟବସ୍ଥା ଓ ଅଫିମ ଚାଷ

ତାଲିବାନ ଆଫଗାନିସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆଫଗାନିସ୍ଥାନର ଅଫିନ ଚାଷ । ସାରା ବିଶ୍ୱରେ ଅଫିମ ଚାଷରେ ଏକ ନମ୍ବରରେ ରହିଛି ଅଫଗାନିସ୍ଥାନ । ଏଥିସହ ତାଲିବାନର ଅର୍ଥବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ବଡ ଭୂମିକା ଗ୍ରହଣ କରିଛି ଏହି ଅଫିମ ଚାଷ ।

ଆଫଗାନିସ୍ଥାନରେ ହେଉଥିବା ଅଫିମକୁ ଏକ ସ୍ୱତନ୍ତ୍ର ଭାବେ ପ୍ରକ୍ରିୟାକରଣ କରି ସେଥିରୁ ଡ୍ରଗ୍ସ ଓ ହେରୋଇନ ତିଆରି ହୋଇଥାଏ ଯାହା ସାଧାରଣ ଡ୍ରଗ୍ସ ଠାରୁ ଅଧିକ ମାତ୍ରାରେ ନିଶାଯୁକ୍ତ । ୟୁନାଇଟେଡ ନେଶନ ଅଫିସ ଆଣ୍ଡ ଡ୍ରଗ୍ସ ଆଣ୍ଡ କ୍ରାଇମ ଅନୁଯାୟୀ ବିଶ୍ୱର ସବୁଠାରୁ ଅଧିକ ଅଫିମ ଚାଷ ଆଫଗାନିସ୍ତାନରେ ହୋଇଥାଏ । ବିଶ୍ୱର ମୋଟ ଅଫିମର ୮୦ ପ୍ରତିଶତ ଉତ୍ପାଦନ କେବଳ ଆଫଗାନିସ୍ଥାନରେ ହୋଇଥାଏ । ଆଫଗାନିସ୍ଥାନ ଉତ୍ପାଦନ କରୁଥିବା ଅଫିମର ୯୦ ପ୍ରତିଶତ ସାରା ବିଶ୍ୱକୁ ରପ୍ତାନି କରିଥାଏ ।

ତାଲିବାନ ଶାସନରେ ରେକର୍ଡ ଭାଙ୍ଗିଛି ଅଫିମ ଚାଷ
ଆମେରିକାର ବିଦେଶ ମନ୍ତ୍ରାଳୟ ଅନୁଯାୟୀ ତାଲିବାନ ଶାସନରେ ଅଫିମ ଚାଷ ବୃଦ୍ଧି ପାଇଛି । ୧୯୯୮ରେ ୪୧ ହଜାର ହେକ୍ଟର ଜମିରେ ଅଫିମ ଚାଷ ହେଉଥିବା ବେଳେ ୨୦୦୦ ରେ ୬୪ ହଜାର ହେକ୍ଟର ଜମିକୁ ବୃଦ୍ଧି ପାଇଛି ଅଫିମ ଚାଷ । ବିଶ୍ୱର କେବଳ ୩୯ ପ୍ରତିଶତ ଅଫିମ ଉତ୍ପାଦନ ତାଲିବାନ ଶାସିତ ଆଫଗାନିସ୍ଥାନର ହେଲମନ୍ଦ ପ୍ରାନ୍ତରୁ ହୋଇଅଛି ।

ଅଫିମରୁ ତାଲିବାନର ଆମଦାନୀ
ଆଫଗାନିସ୍ତାନରେ ବେକାରି ଶସ୍ୟର ଉଚିତ୍ ମୂଲ୍ୟ ମିଳିପାରୁନଥିବାରୁ ଆଫଗାନିସ୍ଥାନରେ ଏକ ଲକ୍ଷ କୋଡିଏ ହଜାର ଲୋକ ଅଫିମ ଚାଷ ଉପରେ ନିର୍ଭରଶୀଳ । ଆଫଗାନିସ୍ଥାନର ଅଫିମ ଚାଷୀ , ପ୍ରୋସେସିଙ୍ଗ ପ୍ଲାଣ୍ଟରୁ ତାଲିବାନ ଟ୍ୟାକ୍ସ ବା କର ଆଦାୟ କରିଥାଏ । ତାଲିବାନ ଏହି ଅଫିମ ଚାଷରୁ ବାର୍ଷିକ ଆମଦାନୀ ୪୦୦ ମିଲିୟନ ଡଲାର ଆୟ କରିଥାଏ ।

ତାଲିବାନ ଏହି ଡ୍ରଗ୍ସକୁ କେଉଁ ସ୍ଥାନକୁ ଅଧିକ ରପ୍ତାନୀ ହୋଇଥାଏ
ଆଫଗାନିସ୍ତାନରେ ଅଫିମରୁ ପ୍ରୋସେସିଙ୍ଗ ହେଉଥିବା ୯୫ ପ୍ରତିଶତ ହେରୋଇନ ୟୁରୋପକୁ ରପ୍ତାନୀ ହୋଇଥାଏ । ଏବଂ ଏହି ହେରୋଇନ ରପ୍ତାନୀ ଭାରତମହାସାଗର ଦେଇ ୟୁରୋପରେ ପହଞ୍ଚିଥାଏ । ଏତେ ସବୁ ସତ୍ତେ୍ୱ ତାଲିବାନ ଦାବି କରୁଛି, ଆଫଗାନିସ୍ଥାନରେ ତାଲିବାନର ପୂର୍ବ ଶାସନ କାଳରେ ଅଫିସ ଚାଷ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲା ।