ରଥଯାତ୍ରା ଅବସରରେ ଗୁଣ୍ଡିଚା ବାଡ଼ିରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗୁଣ୍ଡିଚା ବାଡ଼ିରେ ରଥଯାତ୍ରା ଅବସରରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ଖୁସି ଓ ଆନନ୍ଦର ସହ ମହାପ୍ରଭୁଙ୍କ ଅନ୍ନ ପ୍ରସାଦ ସେବନ କରିଥିଲେ । ଠାକୁରଙ୍କୁ ଅନ୍ନ ଭୋଗ ହେଲା ପରେ ମନ୍ଦିର ସେବାୟତମାନେ ପ୍ରସାଦ ସେବନ କରିଥିଲେ ଓ ତା ପରେ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ରଥଯାତ୍ରା ଅନ୍ନ ପ୍ରସାଦ କମିଟି ପକ୍ଷରୁ ଗୁଣ୍ଡିଚା ବାଡିରେ ପ୍ରତିଦିନ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରା ଅନ୍ନ ପ୍ରସାଦ କମିଟିର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୃତୟନ କରାଯାଇଥିଲା । ଭକ୍ତ ମାନେ ଆତ୍ମ ତୃପ୍ତିରେ ଠାକୁରଙ୍କ ଅନ୍ନ ପ୍ରସାଦ ସେବନ କରିଥିଲେ ।