ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍

ମହାନଦୀର ଉପର ଭାଗରେ ପ୍ରବଳ ବର୍ଷା ହେବା ପରେ ଜଳଭଣ୍ଡାରକୁ ପ୍ରବେଶ କରିଥିବା ଅତିରିକ୍ତ ଜଳ ନିଷ୍କାସନ ପାଇଁ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ଚାରୋଟି ଗେଟ୍ ପୁଣି ଖୋଲାଯାଇଛି। ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ବଢ଼ିଚାଲିଛି ପାଣିର ପ୍ରବାହ । ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ଧର ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ମୋଟ ୧୬ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି ।

Hirakud Dam In Odisha Opens Four Gates As Water Level Rises Again |  OdishaBytes

ଗତ ଜୁଲାଇ ୯ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ଖୋଲିବାକୁ ପଡ଼ିଥିଲା 10ଟି ଗେଟ୍ । ହୀରାକୁଦ ଜଲଭଣ୍ଡାରର ଉପରମୁଣ୍ଡ ମହାନଦୀ ଅବବାହିକାରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୨୩ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରେ ଲଗାତାର ବର୍ଷା ହେଉଥିବାରୁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ବନ୍ଧ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରୁଛନ୍ତି ।

Hirakud dam releases season's first floodwater, 10 gates opened

ହୀରାକୁଦ ଡ୍ୟାମ୍ ର “ରୁଲ କର୍ଭ” ଅନୁସାରେ ଜୁଲାଇ ମାସରେ ଜଳଭଣ୍ଡାର ଜଳସ୍ତର 605ରୁ 607 ଫୁଟ୍ ରହିବା କଥା । ତେଣୁ ନଦୀବନ୍ଧର ସୁରକ୍ଷା ଦୃଷ୍ଟିରୁ ତଥା ରୁଲ କର୍ଭ ଅନୁସାରେ ଜଳସ୍ତରକୁ ବଜାୟ ରଖିବାକୁ ବନ୍ୟାଜଳ ନିଷ୍କାସନ କରିବାକୁ ବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଥିଲେ । ତେଣୁ ସେହି ନିଷ୍ପତ୍ତି ମୁତାବକ ଆଜି ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ୪ ଟି ସ୍ଲୁଇସ୍ ଗେଟ୍ ଖୋଲିଥିବା ସୂଚନା ମିଳିଛି ।