ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ପବିତ୍ର ରାକ୍ଷୀ ପୂର୍ଣିମାରେ ନଦୀରେ ବୁଡି ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ସୁଲାଇପାଟ ଖଡଖାଈ ନଦୀଵନ୍ଧ ନିକଟସ୍ଥ କୁଡୁମଦା ଗାଁରେ । ସୂଚନାଥାଉ କି, ରାକ୍ଷୀ ପୂର୍ଣ୍ଣିମାରେ ଗାଁ ନିକଟସ୍ଥ ଖଡଖାଈ ନଦୀ ପାଖରେ ଭକୁଡୁମଦା ଗାଁର କାଳୀଦାସ ଟୁଡୁର ଛୋଟ ଛୋଟ ପୁଅ ଝିଅ ରବିବାର ସକାଳେ ଖେଳୁଥିବା ଅବସ୍ଥାରେ ଝିଅ ଶାଢେ ତିନିବର୍ଷର ସାଉଁରି ନଦୀରେ ପଡି ବୁଡି ଯାଇଥିଲା । ପରେ ଲୋକ ଦେଖି ନଦୀରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ । ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ସେଠାରେ ପହଞ୍ôଚ ପାରିନାହିଁ ।